ଜାମିନ ଆବେଦନ ଫେରାଇ ନେଲା ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଆଫତାବ୍
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ୱକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଏବେ ପୁଣି ଚାଲାକି ଆରମ୍ଭ କରିଛି । ପ୍ରଥମେ ଜାମିନ ପାଇଁ ଆବେଦନ କରିବା ପରେ ଏବେ ଜାମିନ ଚାହୁଁନଥିବା କହିଛି । ନିଜ ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କାଟି ଜଂଗଲରେ ଫିଙ୍ଗିଥିବା ଏହି ନୃଶଂସ ଅଫତାବ ନିଜ ଦୋଷ ସ୍ବୀକାର କରୁନଥିବା ବେଳେ ତାର ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଛି । ଜେଲରୁ ମୁକୁଳିବା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହି କୋର୍ଟରେ ନିଜର ମାନସିକ ସ୍ଥିତି ଠିକ୍ ନଥିବା ଦର୍ଶାଇବାକୁ ଚାହୁଁଛି ଆଫତାବ । ଅଫତାବ ଓ ତାଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ଠିକ୍ ନଥିବା ଯୋଗୁ ସେ ନିଜ ଜାମିନ ଫେରସ୍ତ କରିନେଇଥିବା ଜଣାପଡିଛି। ଗିରଫ ହେବା ପରେ ଦିଲ୍ଲୀ ସାକେତ କୋର୍ଟରେ ଜାମିନ ଆବେଦନ କରିଥିଲା ଅଫତାବ। ଶ୍ରଦ୍ଧାଙ୍କ ପିତାମାତା ଏପରି ନୃଶଂସ ହତ୍ୟାକାରୀକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦାବି କରିଛନ୍ତି ।