ଦିନକୁ ୧୧୫ ଜଣ ଦିନ ମଜୁରିଆ ଓ ୬୩ ଜଣ ଗୃହିଣୀ ଆତ୍ମହତ୍ୟା କରୁଛନ୍ତି
ନୂଆଦିଲ୍ଲୀ: ଭାରତରେ ଆତ୍ମହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ରତିଦିନ ଭାରତରେ ୧୧୫ ଜଣ ଦିନ ମଜୁରିଆ ଓ ୬୩ ଜଣ ଗୃହିଣୀ ଆତ୍ମହତ୍ୟା କରୁଥିବା ଜଣାପଡିଛି। ଏହି ତଥ୍ୟ ଦର୍ଶାଇଛି ଗତବର୍ଷ ଦେଶରେ ମୋଟ ୧ ଲକ୍ଷ ୬୪ ହଜାର ୩୩ ଜଣ ଆତ୍ମହତ୍ୟା କରିଛନ୍ତି। ନ୍ୟାସନାଲ କ୍ରାଇମ୍ ବ୍ୟୁରୋ(ଏନ୍ସିଆରବି) ପକ୍ଷରୁ ମିଳିଥା ତଥ୍ୟକୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତକାଲି ଲୋକସଭାରେ ଉପସ୍ଥାପିତ କରିଥିଲେ। ସେ କହିଥିଲେ ଦେଶରେ ଗତବର୍ଷ ୪୨ ହଜାର ୪ ଜଣ ଦିନ ମଜୁରିଆ ଓ ୨୩ ହଜାର ୧୭୯ ଜଣ ଗୃହିଣୀ ଆତ୍ମହତ୍ୟା କରିଛନ୍ତି।
ଯାହା ଭିତରେ ୨୦ ହଜାର ୨୩୧ ଜଣ ରୋଜଗାରକ୍ଷମ ବ୍ୟକ୍ତି, ୧୫ ହଜାର ୮୭୦ ଜଣ ଦରମା ପାଉଥିବା ବ୍ୟକ୍ତି, ୧୩ ହଜାର ୭୧୪ ଜଣ ବେକାର, ୧୩ ହଜାର ୮୯ ଜଣ ବିଦ୍ୟାର୍ଥୀ, ୧୨ ହଜାର ୫୫ ଜଣ ବ୍ୟବସାୟୀ, ୧୧ ହଜାର ୪୩୧ ଜଣ ଘରୋଇ ସଂସ୍ଥା କରିଥିବା ବ୍ୟକ୍ତି ରହିଛନ୍ତି।