ବିଶ୍ବ ଐତିହ୍ୟ ପ୍ରାରମ୍ଭିକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ନଗରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ନଗରୀ ଗୁଜରାଟର ଐତିହାସିକ ବଡ଼ନଗର, ମୋଢ଼େରାର ସୂର୍ଯ୍ୟ ମନ୍ଦିର ଓ ତ୍ରିପୁରାର ପାହାଡ଼କାନ୍ଥରେ ଖୋଦିତ ସ୍ଥାପତ୍ୟ ସମେତ ଭାରତର ୩ଟି ନୂତନ ସାଂସ୍କୃତିକସ୍ଥଳୀ ‘ୟୁନେସ୍କୋ ବିଶ୍ବ ଐତିହ୍ୟସ୍ଥଳୀର ପ୍ରାରମ୍ଭିକ ତାଲିକାରେ ସ୍ଥାନ ପାଇଥିବା କଥା ମଙ୍ଗଳବାର ଦିନ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ କହିଛି।

‘ୟୁନେସ୍କୋ’ର ପ୍ରାରମ୍ଭିକ ଐତିହ୍ୟ ତାଲିକାରେ ରାଷ୍ଟ୍ରମାନେ ସୂଚନା ଦେବାକୁ ଚାହୁଁଥିବା ଐତିହ୍ୟସ୍ଥଳୀଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥାଏ। କିନ୍ତୁ, ଏହା ଯେ, ‘ୟୁନେସ୍କୋ’ର ଚୂଡ଼ାନ୍ତ ତାଲିକାରେ ସାମିଲ କରାଯିବ, ତାହାର କୌଣସି ଗ୍ୟାରେଣ୍ଟି ନାହିଁ।

‘ବିଶ୍ବ ଐତିହ୍ୟ ତାଲିକା’ରେ ସାମିଲ କରାଯିବା ନିମନ୍ତେ ସଦାସର୍ବଦା ଅଧିକ ସ୍ମାରକୀ ଓ ସ୍ଥାନ ନିରୂପଣ କରୁଥିବାରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’କୁ ଧନ୍ୟବାଦ ଜଣାଇଛନ୍ତି।