ଅର୍ଚ୍ଚନା ନାଗ ମାମଲାରେ ଆସିଲା ଫୋରନେସିକ୍ ରିପୋର୍ଟ
ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଆଜି ରାଜ୍ୟ ଫୋରେନସିକ୍ ଲାବ୍ରୋଟୋରି କମିସନରେଟ ପୁଲିସକୁ ଡିଜିଟାଲ ଏଭିଡେନ୍ସ( ତଥ୍ୟ) ପ୍ରଦାନ କରିଛି। ଏହି ତଥ୍ୟ ବଳରେ ଖଣ୍ଡଗିରି ଥାନା ପୁଲିସ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ବା ସେକ୍ସୋଟସର୍ନର ଗୁମର ଖୋଲି ପାରିବ। କାରଣ ଏହି ଡିଜିଟାଲ ତଥ୍ୟରେ ଅର୍ଚ୍ଚନାଙ୍କ ସହିତ ଯେଉଁ ବଡ଼ ବଡ଼ିଆଙ୍କ ଫଟୋ ଓ ଭିଡିଓ ଅଛି, ସେ ସବୁ ପୁଲିସର ହସ୍ତଗତ ହୋଇଛି। ସେହିପରି ଡିଲିଟ ହୋଇ ଯାଇଥିବା ଫଟୋ ଓ ଭିଡ଼ିଓ ମଧ୍ୟ ପୁଣି ଥରେ ରିଟ୍ରାଇଭ୍ ହୋଇଛି। ତେଣୁ ଖଣ୍ଡଗିରି ଥାନା ପୁଲିସ ଏହି ତଥ୍ୟକୁ ଆଧାର କରି ବ୍ଲାକମେଲିଂ ମାମଲାର ତଦନ୍ତକୁ ଆଗେଇ ନେବ। ଆବଶ୍ୟକ ହେଲେ ଅର୍ଚ୍ଚନାକୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।ଅର୍ଚ୍ଚନାକୁ ଗିରଫ କରିବା ସମୟରେ ପୁଲିସ ତାଙ୍କ ନିକଟରୁ ୫ଟି ମୋବାଇଲ ଫୋନ୍, ୩ଟି ଟାବ୍ଲେଟ, ୨ଟି ଲାପଟପ୍, ୨ଟା ପେନ୍ ଡ୍ରାଇଭ ଆଦି ଜବତ କରିଥିଲା। ଏଥିରେ ଏକାଧିକ ବ୍ୟକ୍ତି ବିଶେଷଙ୍କ ଫଟୋ ଓ ଭିଡିଓ ଥିଲା। ରାଜନେତାଙ୍କଠାରୁ ଆରମ୍ଭ କରି ବିଲଡର, ଫିଲ୍ମ ପ୍ରଯୋଜକ, ହୋଟେଲ ମାଲିକ, ପୁଲିସ ଅଧିକାରୀଙ୍କ ଫଟୋ ଓ କିଛି ଭିଡିଓ ରହିଛି। ଯାହାକୁ ନେଇ ପୁଲିସର ସେନ୍ଦେହ ହୋଇଥିଲା। ତେଣୁ ଏ ସବୁ ଯାଞ୍ଚ ପାଇଁ ସମସ୍ତ ଜିନିଷକୁ ରାଜ୍ୟ ଫୋରେନସିକ୍ ଲାବ୍ରୋଟାରିକୁ ପଠାଇଥିଲା। ଆଜି ରିପୋର୍ଟ ଆସିବା ପରେ ଏହାକୁ ଆଣିବାକୁ ଖଣ୍ଡଗିରି ଥାନା ଇନ୍ସପେକ୍ଟର ଦୟାନିଧି ନାୟକ ଏସଏଫଏସଏଲର ରସୁଲଗଡ଼ ସ୍ଥିତ କାର୍ଯ୍ୟାଳକୁ ଯାଇଥିଲେ। ରିପୋର୍ଟ ନେଇ ଫେରିବାବେଳେ ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କି, ପୁଲିସକୁ ଏବେ ଡିଜିଟାଲ ଏଭିଡେନ୍ସ ମିଳିଲା। ଏହାକୁ ନେଇ ପୁଲିସ ତଦନ୍ତ ଅଧିକ ମଜବୁତ ହେବ।