World ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ Last updated Jan 17, 2022 ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ ମେଟ୍ରୋ ଟିଭି ଓଡିଶା,୧୭/୧: ଆବୁଧାବି ବିମାନବନ୍ଦରରେ ଡ୍ରୋନ ଆକ୍ରମଣ। ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଟି ତେଲ ଟ୍ୟାଙ୍କର ଭସ୍ମୀଭୂତ ହୋଇଛି। ନିଆଁର ପ୍ରକୋପ ଏତେ ବ୍ୟାପକ ଥିଲା ଯେ ଆବୁଧାବି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ନୂଆ ନିର୍ମାଣ ସ୍ଥଳ ପର୍ଯ୍ୟନ୍ତ ବ୍ୟାପୀଥିଲା। ତେବେ କାର୍ଯ୍ୟକ୍ଷମ ବିମାନବନ୍ଦରରେ କୌଣସି କ୍ଷତି ଘଟିନାହିଁ। ସଂଯୁକ୍ତ ଆରବ ଏମିରେଟର ରାଜଧାନୀ ଆବୁଧାବିରେ ଡ୍ରୋନ ଆକ୍ରମଣ ନେଇ ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି । ଏ ନେଇ ଅବୁଧାବି ପୋଲିସ କହିଛି ଯେ ମୁସାଫ୍ହ ଅଞ୍ଚଳରେ ତିନୋଟି ଇନ୍ଧନ ଟ୍ୟାଙ୍କରେ ବିସ୍ଫୋରଣ ହୋଇଛି। ତା ସହିତ ଏଡିଏନ୍ଓସି ଅଏଲ୍ ଫାର୍ମ ପାଖରେ ଓ ଅବୁଧାବି ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବି ଗୋଟେ ବିସ୍ଫୋରଣ ହୋଇଛି। ଡ୍ରୋନ ବ୍ୟବହାର କରି ଏହି ୪ଟି ଯାକ ଆକ୍ରମଣ କରାଯାଇଥିବା ପୋଲିସ କହିଛି।ସୂଚନା ଅନୁଯାୟୀ, ଦୁଇଟି ସ୍ଥାନରେ ନିଆଁକୁ ନିୟନ୍ତ୍ରଣ କରିଦିଆଯାଇଛି। ଏଥିରେ କୌଣସି ବିମାନ ଯାତାୟତ ପ୍ରଭାବିତ ହୋଇନାହିଁ। ଏହାଛଡା କୌଣସି ପ୍ରକାର ବଡ କ୍ଷତି ଘଟିନାହିଁ। ନିଆଁ ଲାଗିବାର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି। Facebook Instagram Twitter YouTube #abudhabiairport#airportblast#attackonUAE#dronestrike Share