ଜିଏସଟି ଫାଙ୍କିଲେ ଦେବାକୁ ପଡିବ ସର୍ବନିମ୍ନ ୨ କୋଟି ଟଙ୍କା

ଜିଏସଟି ଫାଙ୍କିବା କ୍ଷେତ୍ରରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସର୍ବନିମ୍ନ ସୀମାକୁ ୨ କୋଟିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ୧ କୋଟି ଟଙ୍କା ଥିଲା । ୪୮ତମ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା । ବୈଠକରେ ୧୫ଟି ବିଷୟ ସମ୍ପର୍କରେ ଆଲୋଚନା ଲାଗି ସ୍ଥିରୀକୃତ ହୋଇଥିବା ସତ୍ତ୍ବେ ୮ଟି ସମ୍ପର୍କରେ ଆଲୋଚନା ହୋଇଛି । ଜିଏସଟି ଲାଗି ଆପେଲେଟ ଟ୍ରିବ୍ୟୁନାଲ ଗଠନ ବିଷୟ ବି ଆଲୋଚିତ ହୋଇପାରିନାହିଁ ।