ଜାତିଗତ ଜନଗଣନା ସପକ୍ଷରେ ୩ ରାଜ୍ୟ !

ନୂଆଦିଲ୍ଲୀ: ଜାତିଗତ ଜନଗଣନାକୁ ନେଇ ଏବେ ଦେଶରେ ପୁଣି ଚର୍ଚା ଆରମ୍ଭ ହୋଇଛି । ଏହି ଜନଗଣନାକୁ ନେଇ ସପକ୍ଷରେ ୩ ରାଜ୍ୟ ମତ ରଖିଛନ୍ତି । ଏସସି, ଏସଟି ଜନଗଣନା କରାଯାଉଥିବା ବେଳେ ଅନ୍ୟ ଜାତି ଜନଗଣନାରେ ସ୍ଥାନ ପାଉନାହିଁ । ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହି ତିନି ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ଓଡିଶା, ବିହାର । କିଛି ସଂଗଠନ ମଧ୍ୟ ସରକାର ଆଗରେ ଜନଗଣନାରେ ଜାତିର ବିବରଣୀ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ଜନଗଣନାରେ ସମ୍ବିଧାନ (ଅନୁସୂଚିତ ଜାତି) ଏବଂ (ଅନୁସୂଚିତ ଜନଜାତି) ଆଦେଶ ୧୯୫୦, ସମୟ ସମୟରେ ସଂଶୋଧନ ଅନୁସାରେ ବିଶେଷ ଭାବରେ ଅନୁସୂଚିତ ଜାତି. ଅନୁସୂଚିତ ଜନଜାତିର ରୂପରେ ଅଧିସୂଚିତ ଜାତି ଭାବେ ଜନଜାତୀୟ ଗଣନା କରାଯାଇଥାଏ । ସରକାର ସ୍ୱାଧୀନତା ପରେ ଜନଗଣନାରେ ଏସସି ଏବଂ ଏସଟି ଛଡା ଅନ୍ୟ ଜାତିଙ୍କ ଗଣନା କରିନାହାନ୍ତି ।