କେନ୍ଦ୍ର ସରକାରରେ ପ୍ରତି ମାସରେ ପାଖାପାଖି ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଦିନ କହିଛନ୍ତି ଯେ କେନ୍ଦ୍ର ସରକାରରେ ପ୍ରତି ମାସରେ ପାଖାପାଖି ୧୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଅଜମେରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଦ୍ୱାରା ଆୟୋଜିତ ‘ନିଯୁକ୍ତି ମେଳା’ କାର୍ଯ୍ୟକ୍ରମକୁ ବୈଷ୍ଣବ ସମ୍ବୋଧିତ କରିବା ଅବସରରେ ଏପରି କିଛି ଦାବି କରିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସରକାରୀ ବିବୃତ୍ତି ଅନୁଯାୟୀ ବୈଷ୍ଣବ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, କେନ୍ଦ୍ର ସରକାରରେ ପ୍ରତି ମାସରେ ପ୍ରାୟ ୧୬ଲକ୍ଷ ନିଯୁକ୍ତି ସୃଷ୍ଟି ହେଉଛି ଏବଂ ମୋଦୀ ସରକାରଙ୍କ କାର୍ଯ୍ୟକାରିତା ଏକ ସ୍ୱଚ୍ଛତାର ଉଦାହରଣ ସୃଷ୍ଟି କରୁଛି। ସେ କହିଛନ୍ତି ଯେ ସମଗ୍ର ବିଶ୍ୱରେ ଅର୍ଥନୈତିକ ସଙ୍କଟ ସତ୍ତ୍ବେ ଭାରତ ଏକ ଶକ୍ତି ଉତ୍ସ ଭାବରେ ଉଭା ହୋଇଛି।
ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ଯୋଜନା ଯୋଗୁଁ ପ୍ରତ୍ୟେକ ଶ୍ରେଣୀ ବ୍ୟକ୍ତିଙ୍କ ପାଇଁ ଜୀବନଯାପନ ପ୍ରଣାଳୀ ସହଜ ହୋଇଛି। ଯୁବକମାନଙ୍କୁ ରାଷ୍ଟ୍ର ପ୍ରଥମର ମନ୍ତ୍ର ଗ୍ରହଣ କରିବାକୁ ଆହ୍ବାନ ଦେଇ ସେ କହିଛନ୍ତି ଯେ ଜୀବନରେ କେବଳ ସେହି ଲୋକମାନେ ଜିତିଛନ୍ତି ଯେଉଁମାନେ ଦେଶକୁ ସର୍ବଦା ନିଜ କର୍ତ୍ତବ୍ୟରେ ସ୍ଥାନିତ କରିଛନ୍ତି।