ଆଜି ପ୍ରାଚୀନ କୀର୍ତ୍ତିରାଜୀ ଦେଖିବାକୁ ପର୍ଯ୍ୟଟକଙ୍କୁ ପଡ଼ିବନି ଟିକେଟ

ନୂଆଦିଲ୍ଲୀ: ଆଜି ମାଗଣାରେ ବୁଲିବାକୁ ଚାହୁଁଛନ୍ତି କି ଐତିହ୍ୟସ୍ଥଳ । ତେବେ ଆଉ ଡେରି କାହିଁକି ଆଜି ଶୀଘ୍ର ବାହାରିଯାଆନ୍ତୁ । ଦେଶର ସମସ୍ତ ପ୍ରାଚୀନ କୀର୍ତ୍ତିରାଜୀ ବୁଲି ଦେଖିବାକୁ ପର୍ଯ୍ୟଟକଙ୍କୁ ଆଜି ପଡ଼ିବନି ଟିକେଟ । ବିଶ୍ବ ଐତିହ୍ୟ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ କରିବାକୁ ଘୋଷଣା କରିଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ । ଆଗ୍ରାସ୍ଥିତ ତାଜମହଲ ଠାରୁ ଆରମ୍ଭ କରି କୋଣାର୍କ ସମେତ ଏଏସଆଇ ଅନୁବନ୍ଧିତ ସମସ୍ତ ଐତିହ୍ୟସ୍ଥଳିଗୁଡ଼ିକୁ ବୁଲିବା ପାଇଁ ଟିକେଟ ଦେବାକୁ ପଡ଼ିବନି ।

ବିଶ୍ବ ଐତିହ୍ୟ ସପ୍ତାହ ସମାରୋହ ପାଳନ ସହିତ ପର୍ଯ୍ୟଟକଙ୍କୁ ଗୋଟିଏ ଦିନ ପାଇଁ ଶୁଳ୍କ ଛାଡ଼ ହୋଇଥିବା ବେଳେ ସୂର୍ଯ୍ୟମନ୍ଦିର ପରିସରରେ ଐତିହ୍ୟ ଫଟୋ ପ୍ରଦର୍ଶନୀ ଆୟୋଜିତ ହେଉଛି । ଭୁବନେଶ୍ୱର ଉଦୟଗିରିରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଛି।