ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ୱେଲିଂଟନ: ବିଶ୍ୱକପ୍‌ ଅଭିଯାନ ପରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ ବାତିଲ ହୋଇଯାଇଛି । ବର୍ଷା ପାଇଁ ପ୍ରଥମ ମ୍ୟାଚ ବାତିଲ ହୋଇଛି ।

ଅଷ୍ଟ୍ରେଲିଆରେ ଟପ୍‌ ଅର୍ଡରରେ ଖେଳିଥିବା ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଖେଳୁନଥିବାରୁ ନୂଆ ଓପନରଙ୍କୁ ନେଇ ଟିମ ଇଣ୍ଡିଆ ପରବର୍ତ୍ତି ମ୍ୟାଚରେ ପଡିଆକୁ ଓହ୍ଲାଇବ । ଇଶାନ କିଷନ, ଶୁବମାନ ଗିଲ୍‌ଙ୍କୁ ଭାରତ ନୂଆ ଓପନର ଭାବେ ଉପସ୍ଥାପନ କରିବ । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତିରେ ମିଡଲ ଅର୍ଡରର ପ୍ରଦର୍ଶନକୁ ନେଇ ଢେ଼ର ଆଶା ରହିଛି । ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର ଓ ସଞ୍ଜୁ ସାମସନ ସୁଯୋଗ ପାଇଲେ ତାହାକୁ ପୂରା ମାତ୍ରାରେ କାର୍ଯ୍ୟକାରୀ କରିବେ ବୋଲି ଆଶା ରଖିବା ସ୍ୱାଭାବିକ୍‌ ।