ବ୍ରିଟେନ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ‘ ୟଙ୍ଗ ପ୍ରଫେସନାଲ ଏକ୍ସଚେଞ୍ଜ’ କାର୍ୟ୍ୟକ୍ରମ
୨୦୨୩ରେ ବ୍ରିଟେନ ଏବଂ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ‘ ୟଙ୍ଗ ପ୍ରଫେସନାଲ ଏକ୍ସଚେଞ୍ଜ’ କାର୍ୟ୍ୟକ୍ରମ । ଏହି ଯୋଜନା ଆଧାରରେ ପ୍ରତିବର୍ଷ ପାଖାପାଖି ୩୦୦୦ ଭାରତୀୟ ବ୍ରିଟେନରେ କାମ କରିବାକୁ ଯିବାକୁ ଭିସା ପାଇବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତରେ ଏନେଇ ଆଲୋଚନା କରିଛନ୍ତି ନବନିଯୁକ୍ତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ।ବୁଧବାର ମୋଦୀଙ୍କ ସହ ଆଲୋଚନାରେ ବ୍ରିଟେନରେ ପ୍ରତିବର୍ଷ କାମ କରିବା ପାଇଁ ଭାରତୀୟ ଯୁବକ ଯୁବତୀ ମାନଙ୍କୁ ୩୦୦୦ ଭିସା ପ୍ରଦାନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି ଋଷି ସୁନକ୍। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଋଷି ସୁନକଙ୍କ ମଧ୍ୟରେ ବୈଠକର କିଛି ଘଣ୍ଟା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି ଯେ, ଯେ ଭାରତ ହେଉଛି ପ୍ରଥମ ଦେଶ ଯାହା ଏପରି ଯୋଜନାରୁ ଲାଭବାନ ହେବାକୁ ଯାଉଛି ।