ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି

ରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ଆପତିଜନକ ଟିପ୍ପଣୀ । ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାଷ୍ଟ୍ରପତିଙ୍କ ଚେହେରା ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । କଟାକ୍ଷ କରି କହିଛନ୍ତି, ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ କରୁଛୁ, କିନ୍ତୁ ରାଷ୍ଟ୍ରପତି ଦେଖିବାକୁ କେମିତିକା ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଟିଏମସି ଏବଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି । ମନ୍ତ୍ରୀ ଅଖିଲ ଗିରିଙ୍କ ଏହି ଭାଇରାଲ ଭିଡିଓ ନନ୍ଦିଗ୍ରାମରେ ଜନତାଙ୍କୁ ସମ୍ବୋଧିତ କରୁଥିବାବେଳର ବୋଲି କୁହାଯାଉଛି । ପଶ୍ଚିମବଙ୍ଗ ବିଜେପି, ମମତା ବାନାର୍ଜୀ ଏବଂ ଟିଏମସିକୁ ଆଦିବାସୀ ବିରୋଧୀ ବୋଲି କହିିଛି । ବିଜେପିର ଅମିତ ମାଲବ୍ୟ ମଧ୍ୟ ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଘେରିଛନ୍ତି । ସେ ଲେଖିଛନ୍ତି ଯେ ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ଏବଂ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନାହାନ୍ତି ।