ଜ୍ଞାନବାପୀ ମସଜିଦ ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବ
ଜ୍ଞାନବାପୀ ମସଜିଦ ପରିସରରେ ଶିବଲିଙ୍ଗ ପୂଜିବା ସଂକ୍ରାନ୍ତ ଆବେଦନର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ହେବ। ଏଥିପାଇଁ ଏକ ଖଣ୍ଡପୀଠ ମଧ୍ଯ ଗଠନ ହେବ। ଆବେଦନକାରୀଙ୍କ ଦ୍ବାରା ହୋଇଥିବା ୩ଟି ମୁଖ୍ୟ ଦାବି ଉପରେ କୋର୍ଟ ରାୟ ଦେଇପାରନ୍ତି । ଜ୍ୟୋର୍ତିଲିଙ୍ଗ ଭଗବାନ ବିଶ୍ବେଶ୍ବରଙ୍କୁ ତୁରନ୍ତ ପୂଜା ଆରମ୍ଭ କରିବା ପାଇଁ ଅନୁମତି ଦେବା, ସମଗ୍ର ଜ୍ଞାନବାପୀ ମସଜିଦ ପରିସରକୁ ହିନ୍ଦୁ ପକ୍ଷଙ୍କୁ ଦେବା ଏବଂ ମସଜିଦ ପରିସରରେ ମୁସଲିମଙ୍କ ପ୍ରବେଶ ନିଷିଦ୍ଧ ସଂକ୍ରାନ୍ତରେ ୩ଟି ଦାବି ହୋଇଥିଲା । ଏହି ୩ଟି ଦାବି ଉପରେ କୋର୍ଟ ଆଜି ରାୟ ଦେଇପାରନ୍ତି।
ତେବେ ଜ୍ଞାନବାପୀ ମସଜିଦ ପରିସରରେ ଏବେ ମୁସଲିମ ପକ୍ଷଙ୍କୁ ପ୍ରାର୍ଥନା ପାଇଁ ଅନୁମତି ଅଛି। ପୂର୍ବ ଶୁଣାଣି ସମୟରେ ବାରଣାସୀ କୋର୍ଟ ମସଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ବୈଜ୍ଞାନିକ ଅନୁଧ୍ୟାନ ପାଇଁ ମନା କରିଦେଇଥିଲେ । ହିନ୍ଦୁ ପକ୍ଷ ଏହି ନିର୍ମାଣର କାର୍ବନ ଡେଟିଂ ପାଇଁ ଦାବି କରିଥିଲେ। ହିନ୍ଦୁ ପକ୍ଷ କହିଛନ୍ତି ଯେ ଶିବଲିଙ୍ଗ କାର୍ବନ ଡେଟିଂ ସଂକ୍ରାନ୍ତ ବାରଣାସୀ କୋର୍ଟଙ୍କ ରାୟକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିବେ । ସେପ୍ଟେମ୍ବର ୨୯ ଶୁଣାଣିରେ ହିନ୍ଦୁ ପକ୍ଷ ଏଏସ୍ଆଇ ଦ୍ବାରା ଶିବଲିଙ୍ଗର ବୈଜ୍ଞାନିକ ତଦନ୍ତ ପାଇଁ ଦାବି କରିଥିଲେ ।