ସୁକେଶ ଚନ୍ଦ୍ରଶେଖରଙ୍କ ଚିଠୁକୁ ନେଇ ଦିଲ୍ଲୀ ରାଜନୀତି ସରଗରମ
ନୂଆ ଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କ ଚିଠୁକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି । ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜେଲ୍ରେ ବନ୍ଦୀ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ତୃତୀୟ ଥର ପାଇଁ ଚିଠି ଲେଖି କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ୍ ଓ ଜେଲ ଡିଜି ସନ୍ଦୀପ ଗୋୟଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି। ତାକୁ ବାରମ୍ବାର ଧମକ ଦିଆଯାଉଛି, ତେଣୁ ତା’ ଜୀବନ ଉପରେ ବିପଦ ଅଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛି। ୩ ପୃଷ୍ଠା ବିଶିଷ୍ଟ ଚିଠିରେ ସୁକେଶ ନିଜ ସୁରକ୍ଷାକୁ ନେଇ ଅପିଲ କରିଛି। ଏଥିସହ ପୂରା ମାମଲାର ତଦନ୍ତ ସିବିଆଇ କରୁ ବୋଲି ସେ ଦାବି କରିଛି।