ଶିବସେନା ବିରୋଧରେ ନେଇଥିବା ନିଷ୍ପତ୍ତି ଠିକ୍ କହିଲେ ଫଡନବୀସ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ର ରାଜନୀତିକୁ ନେଇ ଏକ ମଜାଳିଆ ଉତ୍ତର ରଖିଛନ୍ତି । ପୂର୍ବରୁ ଉଦ୍ଧବ ଠାକରେ, ବିଜେପି ସହ ବିଶ୍ୱାସଘାତକତା କରିଥିବାରୁ ଏବେ ସେ ଯାହା କରିଛନ୍ତି ସେଥିରେ କିଛି ଭୁଲ ନାହିଁ । ରାଜ୍ୟବାସୀ ଯେଉଁ ଜନମତ ଦେଇଥିଲେ ଉଦ୍ଧବ ଠାକରେ ସେଥିରେ ବିଶ୍ୱାସଘାତ କରିଥିଲେ । ତେଣୁ ତାହାର ପ୍ରତିଶୋଧ ନେବା ଅପେକ୍ଷାରେ ଥିଲୁ । ସୁଯୋଗ ମିଳିବା ମାତ୍ରେ ଆମେ ଦଳରେ ଫାଟ କରି ତାହା କରିପାରିଲୁ ।

ଭାରତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିଥିବା ସ୍ୱପ୍ନ ମହାରାଷ୍ଟ୍ର ବିନା ସଫଳ ହେବା ସମ୍ଭବ ନୁହେଁ ବୋଲି ଫଡନବୀସ କହିଛନ୍ତି । ମେଣ୍ଟରେ ଥିବାବେଳେ ଶିବସେନା ପିଠିରେ ଛୁରୀ ଭୁସିବା ଭଳି କାର୍ଯ୍ୟ କରିଛି । ତେଣୁ ପ୍ରତିଶୋଧ ନେବାର ସୁଯୋଗ ଆମେ କେମିତି ହାତଛଡ଼ା କରିଥାନ୍ତୁ । ସଠିକ୍ ସୁଯୋଗ ଦେଖି ପ୍ରତିଶୋଧ ନେଲୁ ବୋଲି ଏକ ସାକ୍ଷାତକାର ବେଳେ କହିଛନ୍ତି ଫଡନାଭିସ ।