ହିମାଚଳ ଜିତିବା ପାଇଁ ବିଜେପି ଜାରିକଲା ସଂକଳ୍ପ ପତ୍ର
ଆଗକୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ବି ସଂକଳ୍ପପତ୍ର ଜାରି କରିଛି । ବିଜେପି ତାର ସଂକଳ୍ପପତ୍ରରେ ପୁଣି ସରକାର ଗଠନ କଲେ କଣ କଣ କରିବ ତାହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛି । ଏହି ସଂକଳ୍ପ ପତ୍ର ଘରେ ଘରେ ପହଁଚାଇବା ପାଇଁ ବିଜେପି ଘୋଷଣା କରିଛି । ବିଜେପି ପକ୍ଷରୁ କୁହାଯାଇଛି କଂଗ୍ରେସ ପରି ବିଜେପି ମିଛ ପ୍ରତିଶ୍ରୁତି ଦେଇ ଭୁଲିଯାଏନାହିଁ । ବିଜେପି ଯାହା କହେ ତାହା କରିକି ଦେଖାଏ । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସଂକଳ୍ପପତ୍ର ଜାରି କରି କହିଛନ୍ତି କି, ବିଜେପି ସରକାର ପୁଣି ଆସିଲେ ରାଜ୍ୟରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦିଆଯିବ । ଏହାସହ ରାଜ୍ୟରେ ୟୁନିଫର୍ମ ସିବିଲ କୋର୍ଡ ଲାଗୁ କରାଯିବ । ଏନେଇ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯିବ । କେବଳ ଏତିକି ନୁହେଁ ରାଜ୍ୟର ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୮ ଲକ୍ଷ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ଅନ୍ୟପଟେ ରାଜ୍ୟରେ ଆଉ ୫ ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ବିଜେପି ତାର ସଂକଳ୍ପପତ୍ରରେ ଉଲ୍ଲେଖ କରିଛି ।