ପୁଣି ଭାରତୀୟଙ୍କୁ ପ୍ରଶଂସା କଲେ ପୁଟିନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିବା ପରେ ଏବେ ପୁଣିଥରେ ଭାରତୀୟଙ୍କୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତୀୟଙ୍କୁ ଖୁବ୍ ପରିଶ୍ରମୀ କହିବା ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପ୍ରିତିଭାକୁ ପ୍ରଶଂସା କରିଛନ୍ତି । ବର୍ଷ ବର୍ଷ ଧରି ଭାରତ -ଋଷ ଭଲ ବନ୍ଧୁ ହୋଇ ରହିଆସିଛନ୍ତି । ତେବେ ଏହି ବନ୍ଧୁତା ଅତୁଟ ରହିବ ବୋଲି କହିଛନ୍ତି ପୁଟିନ । ନଭମ୍ବେର ୪ ତାରିଖରେ ଋଷର ‘ସଂହତି ଦିବସ’ ଉପଲକ୍ଷେ ସମ୍ବୋଧନ କରୁଥିବା ବେଳେ ଏପରି କହିଛନ୍ତି ପୁଟିନ ।
ପୁଟିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବିକାଶ କ୍ଷେତ୍ରରେ ଭାରତ ଚମତ୍କାର ସଫଳତା ହାସଲ କରୁଛି । ଭାରତର ପ୍ରାୟ ଦେଢ଼ଶହ କୋଟି ଜନତାଙ୍କ ପାଖରେ ଏଥିପାଇଁ ମେଧା ଓ ସାମର୍ଥ୍ୟ ରହିଥିବା ସେ ମାନିଛନ୍ତି । ସାରା ବିଶ୍ବରେ ଭାରତୀୟମାନେ ନିଜର ପରିଶ୍ରମ ଫଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କହିଛନ୍ତି ପୁଟିନ୍ ।
ପୂର୍ପ୍ରବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ସଚ୍ଚା ଦେଶଭକ୍ତ ବୋଲି କହିଥିଲେ।