ଝୁଲା ପୋଲ ଦୁର୍ଘଟଣାରେ ସରକାରୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

ଗୁଜରାଟ ମୋର୍ବିରେ ହୋଇଥିବା ଝୁଲା ପୋଲ ଦୁର୍ଘଟଣାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ରାଜ୍ୟରେ ଡିସେମ୍ୱରରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପିରୁ ବିରୋଧୀ ଜୋର୍‌ଦାର ଟାର୍ଗେଟ କରୁଛନ୍ତି। ଗୋଟିଏ ଘଡ଼ି କମ୍ପାନୀକୁ କେଉଁଭଳି ଭାବେ ପୋଲର ନବୀକରଣ କାର୍ଯ୍ୟ କରିବାକୁ ଦିଆଯାଇଥିଲା ସେନେଇ ବିରୋଧୀ ପ୍ରଶ୍ନ କରିଛନ୍ତି। କେବଳ ଏତିକି ନୁହେଁ  ଏହି ଦୁର୍ଘଟଣା ପରେ ରୁଜୁ କରାଯାଇଥିବା ଏଫଆଇଆରରେ କମ୍ପାନୀ ଏବଂ ତାର ମାଲିକଙ୍କ ନାଁ ନଥିବାରୁ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।    

ଅନ୍ୟପଟେ ଏତେସବୁ ଅଭିଯୋଗ ଆସିବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରିପୋର୍ଟ ଅନୁସାରେ ଏହି ଘଟଣାରେ ଚିଫ୍‌ ଫାୟର ଅଫିସର ସନ୍ଦୀପ ସିଂହଙ୍କୁ ନିଲମ୍ୱିତ କରାଯାଇଛି। ଏହି ମାମଲାରେ କୌଣସି ସରକାରୀ ଅଫିସରଙ୍କ ବିରୁଦ୍ଧରେ ପ୍ରଥମ କାର୍ଯ୍ୟାନୁଷ୍ଠାନ।