ଲକଡାଉନ୍ ଘୋଷଣା କଲେ ସରିଫ ସରକାର

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ରାଜଧାନୀ ଇସଲାମାବାଦକୁ ସିଲ୍ କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ଲକଡାଉନ୍ ଜାରି ରହିବ ବୋଲି ଶେହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଇସଲାମାବାଦରେ ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ ବୋଲି ପ୍ରଶାସନ କହିଛି ।  

ସୂଚନାଥାଉକି, ଯେ ଗୁରୁବାର ସନ୍ଧ୍ୟାରେ ପାକିସ୍ତାନର ଗୁଞ୍ଜରାବାଲରେ ଆକ୍ରମଣକାରୀ ମାନେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ସମୟରେ ଇମ୍ରାନ ଖାନଙ୍କ ଗୋଡରେ ଗୁଳି ବାଜିଥିଲା । ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଛି । ଏହି ଘଟଣା ପରେ ଇମ୍ରାନ ଖାନଙ୍କ ସମର୍ଥକ ମାନେ କ୍ରୋଧିତ ହୋଇଛନ୍ତି । ଏନେଇ ଇମ୍ରାନ ଖାନଙ୍କ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଏହି ଆକ୍ରମଣ ପଛରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଜଣେ ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ହାତ ରହିଛି ।