ଦେଶ ପାଇଁ ବିପଦ ଖଲିସ୍ତାନୀ

ଦେଶରେ ହିଂସା ପାଇଁ ଚାହୁଁଛି ଖଲିସ୍ତାନୀ ସମର୍ଥକ । ଏନେଇ କାନାଡ଼ାରେ ଚାଲିଛି କିଚି ସଂଗଠନର ଷଢ଼ଯନ୍ତ୍ର । ସେଠାରେ ଟଙ୍କା ଠୁଳ କରି ଭାରତରେ ହିଂସା ପାଇଁ ସେମାନେ ଯୋଜନା କରୁଛନ୍ତି । ଏପରିକି ଖଲିସ୍ତାନୀ ସମର୍ଥନରେ ଜନମତ ସଂଗ୍ରହର ଯୋଜନା କରୁଥିବା କିଛି ଶକ୍ତିଶାଳୀ ବାହିନୀ ଉପରେ ଗୁରୁବାର ଦିନ ଭାରତ ନିଜର ଉଦ୍ୱେଗକୁ ଦୋହରାଇଛି ।

ଭାରତ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଆହ୍ୱାନ ଦେଇଛି ଭାରତ । ଭାରତର ଆଇନ ଅନୁସାରେ ଯେଉଁମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି, ସେମାନଙ୍କୁ ନିଜ ଆଇନ ଅନୁସାରେ ଆତଙ୍କବାଦୀ ଘୋଷଣା କରିବା ପାଇଁ କାନାଡକୁ କହିଛି ଭାରତ । କାନାଡାରେ ତଥାକଥିତ ଖାଲିସ୍ତାନ ସମ୍ବନ୍ଧ ଜନମତ ସଂଗ୍ରହ ପ୍ରସଙ୍ଗରେ ଭାରତ ବିରୋଧୀ ତତ୍ତ୍ୱ ଦ୍ୱାରା ତଥାକଥିତ ଖଲିସ୍ତାନ ଜନମତ ସଂଗ୍ରହର ପ୍ରୟାସ ଉପରେ ଆମର ଆଭିମୁଖ୍ୟ ଜଣାଶୁଣା ବୋଲି କାନାଡା ସରକାରଙ୍କୁ ଭାରତ ସରକାର କହିଛନ୍ତି ।

ଦେଶରେ ହିଂସାପାଇଁ ବିଦେଶରେ କୈାଣସି ଯୋଜନାକୁ ଭାରତ ସମର୍ଥନ କରିବ ନାହିଁ ବୋଲି ବୈଦେଶିକ ବିଭାଗ ପକ୍ଷରୁ କାନାଡାକୁ ସ୍ପଷ୍ଟଭାବେ କୁହାଯାଇଛି ।