ପଞ୍ଚୁକରେ ଆଜିଠୁ ଧବଳେଶ୍ବରଙ୍କ ଭର୍ଚୁଆଲ୍‌ ଦର୍ଶନ, ପାଇକରାପୁର ଛକରେ ଲାଗିବ ଏଲ୍‌ଇଡି

କଟକ : ଆଜିଠୁ ଧବଳେଶ୍ବରଙ୍କ ଭର୍ଚୁଆଲ୍‌ ଦର୍ଶନ କରିବେ ଭକ୍ତ । ଏନେଇ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି । ବାବା ଧବଳେଶ୍ବରଙ୍କ ପୀଠରେ ଆଉ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ । ଝୁଲା ପୋଲ ବିପଦରେ ଥିବାରୁ ବାବାଙ୍କ ଆରମ୍ଭ ହେବ ଭର୍ଚୁଆଲ୍ ଦର୍ଶନ ବ୍ୟବସ୍ଥା। ମୁଖ୍ୟ ପ୍ରବେଶ ପଥ, ପାଇକରାପୁର ଛକରେ ଏଲଇଡିରେ ବାବାଙ୍କ ଦର୍ଶନ କରିପାରିବେ ଭକ୍ତ । ପରଦା ମାଧ୍ୟମରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ବରଙ୍କ ବଡ଼ ସିଂହାର ବେଶ ଆଜିଠୁ ଦେଖିପାରିବେ ।

ପଞ୍ଚୁକର ପ୍ରଥମ ଦିନରେ ବାବ ଧବଳେଶ୍ୱର ପୀଠ ଶୂନଶାନ ହୋଇଛି । ବାବାଙ୍କ ପୀଠରେ ଭକ୍ତ ନାହାଁନ୍ତି । ତେବେ ଆଜି ରାତି ୩ଟାରୁ ଧବଳେଶ୍ୱର ପୀଠରେ ପହୁଡ଼ ଖୋଲା ଯାଇଛି । ବାବାଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇ ଖେଚୁଡ଼ି ଭୋଗ ଲଗାଯିବାପରେ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଥିଲା ।

ଏଥର  ପଞ୍ଚୁକରେ ବାବା ଧବଳେଶ୍ୱରଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିପାରୁନାହାଁନ୍ତି ପରଦାରେ ଦେଖୁଛନ୍ତି। ବାବାଙ୍କ ପୀଠରେ ୧୪୪ ଧାରା ଲଗାଯାଇଥିବାରୁ ଏଲଇଡି ଟିଭି ମାଧ୍ୟମରେ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲଗାଯାଇଛି । ସେଠାରେ ଭକ୍ତମାନେ ଦର୍ଶନ କରୁଛନ୍ତି ।