ବିଏମସିି ମେୟରଙ୍କୁ ଭେଟିଲେ ଓଡ଼ିଶା ଏନସିସି ନିର୍ଦେଶକ କର୍ଣ୍ଣେଲ୍ ସାଗର ମହାନ୍ତି

ଭୁବନେଶ୍ବର: ବିଏମସିି ମେୟର ସୁଲୋଚନା ଦାସଙ୍କୁ ଭେଟିଲେ ଓଡ଼ିଶା ଏନସିସି ନିର୍ଦେଶକ କର୍ଣ୍ଣେଲ ସାଗର ମହାନ୍ତି । ଏନସିସିରେ ଛାତ୍ରଛାତ୍ରୀମାନେ ସାମିଲ ହେବା ନେଇ ଆଲୋଚନା କରିଥିଲେ । ଏନସିସି ରେ ସାମିଲ ହେଲେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଚାକିରି ମିଳିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଛାତ୍ରଛାତ୍ରୀମାନେ କିପରି ପାଇପାରିବେ ସେ ବିଷୟରେ ବୁଝାଇଥିଲେ ଶ୍ରୀ ମହାନ୍ତି । ଏନସିସିରେ ସାମିଲ ହୋଇ ଶାରିରୀକ, ମାନସିକ, ବୋଦ୍ଧିକ ବିକାଶ ସହ ଛାତ୍ରଛାତ୍ରୀମାନେ ସେନାବାହିନୀ, ପୋଲିସ ଚାକିରିରେ ଯୋଗଦେି ଦେଶସେବା କରିପାରିବେ । ଏନସିସିରେ ସାମିଲ ହେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମନରେ ଦେଶପ୍ରୀତି ଜାଗ୍ରତ ହୋଇଥାଏ । ସେମାନେ ସାହାସୀ ହୋଇଥାନ୍ତି । ନିଜ ଭିତରେ ଶୃଙ୍ଖଳା ରକ୍ଷା କରିବାକୁ ସମର୍ଥ ହୋଇଥାନ୍ତି । କର୍ତ୍ତବ୍ୟ ପରାୟଣ ହେବା ସହ ଭବିଷ୍ୟତରେ ଦେଶର ସୁନାଗରିକ ରୂପେ ପରିଚିତ ହୁଅନ୍ତୁ ବୋଲି କହିଥିଲେ ଶ୍ରୀ ମହାନ୍ତି ।

ଏପରିକି ବନ୍ୟା, ବାତ୍ୟା, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନସିସି କ୍ୟାଡେଟ୍ ମାନେ ଲୋକମାନଙ୍କ ସେବା କରିଥାନ୍ତି । ବେଳେ ବେଳେ ଆଭ୍ୟନ୍ତରୀଣ ଶୃଖଂଳାରେ ସାହାଯ୍ୟ କରିଥାନ୍ତି ଏନସିସି କ୍ୟାଡେଟ । ବିଭିନ୍ନ ସ୍ଥାନରେ କ୍ୟାମ୍ପରେ ଭାଗ ନେଇ ଅନେକ କିଛି ଶିକ୍ଷା କରିଥାନ୍ତି ଏନସିସି କ୍ୟାଡେଟ । ଭବିଷ୍ୟତରେ ଚାକିରି କରିବାରେ ତାଙ୍କୁ ଏହି ସାର୍ଟିଫିକେଟ ସାହାଯ୍ୟ କରେ । ବିଦ୍ୟାଳୟ ମହାବିଦ୍ୟାଳୟରେ ଯେପରି ଅଧିକ ସଂଖ୍ୟାରେ ଏଥିରେ ଛାତ୍ରଛାତ୍ରୀମାନେ ଯୋଗଦେବେ ସେଥିପାଇଁ ତାଙ୍କୁ ପ୍ରେରଣା ଯୋଗାଇ ଦେବାକୁ ମେୟରଙ୍କୁ କହିଥିଲେ ଶ୍ରୀ ମହାନ୍ତି ।