ବଜାରକୁ ଆସିବ ଆପଲ୍ 5G Iphone

ବଜାରକୁ ଆସିବ ଆପଲ୍ 5G Iphone

ମେଟ୍ରୋ ଟିଭି ଓଡିଶା,୧୬/୧: ବଜାରକୁ ଆସିବ ଆପଲ୍ ର ସବୁଠୁ ଶସ୍ତା 5G Iphone । ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ଲେଭଲ ବଢିଯାଇଛି । ଆଇଫୋନ ଯାହା ସବୁବେଳେ ଯୁବବର୍ଗଙ୍କ ପାଇଁ ପ୍ରଥମ ପସନ୍ଦ ରହିଥାଏ । ସବୁଠୁ ଦାମୀ ଫୋନ କଥା ଧ୍ୟାନକୁ ଆସିଲେ ଆପଲ୍ କଥା ହିଁ ନଜରକୁ ସର୍ବପ୍ରଥମେ ଆସିଥାଏ । କିନ୍ତୁ କମ୍ପାନୀ ଏବେ ତାର ପ୍ରିୟ ଗ୍ରାହକଙ୍କ ପାଇଁ ଆଣିଛି ଭଲ ଅଫର । ଯାହା ଅନ୍ତର୍ଗତ ଏହି ସ୍ମାର୍ଟଫୋନ 5G Iphoneର ଦାମ ଖୁବ ଶସ୍ତା ହୋଇଯାଇଛି । ଆଇଫୋନର ଏହି ମଡେଲର ନାମ ହେଉଛି iPhone SE 3 । ଏହାର ଡିଜାଇନ ମଧ୍ୟ ଦମଦାର ରହିଛି । ତେବେ ଏହାର ସ୍ପେସିଫିକେସନକୁ ନେଇ ଅନେକ ଚର୍ଚ୍ଚା ଧରିଛି ।
ରିପୋର୍ଟ ଅନୁଯାୟୀ ଟିପଷ୍ଟାର @xleaks ଏହି ଆଇଫୋନ ମଡେଲକୁ ପ୍ରଦର୍ଶିତ କରିବା ପାଇଁ ନୂଆ CAD ରେଣ୍ଡର୍ସ କୁ ସାମ୍ନାକୁ ଆଣିବ । ଏହି ରେଣ୍ଡର୍ସ ଅନୁଯାୟୀ ଏଥିରେ ସିଙ୍ଗିଲ କ୍ୟାମେରା ଓ LED ଫ୍ଲାସ ସହ ସମାନ ରିୟର ଡିଜାଇନ ହୋଇଛି । ଏହି ଏଥିରେ ଟ୍ଚ ଆଇଡି ବଟନ ନାହିଁ । ଡିଭାଇସ୍ରେ ୫.୬୯ ଇଞ୍ଚର ସ୍କ୍ରିନ ରହିଥିବା ସହିତ ଫେସ୍ ଆଇଡି ଓ ସେଲଫି କ୍ୟାମେରା ସେଂସର ପାଇଁ ନୂଆ ଡିଜାଇନ ହୋଇଛି । ଏଥିରେ A୧୪ ବୟୋନିକ କିମ୍ବା A୧୫ ବାୟୋନିକ ଚିପସେଟ ରହିବ । ଯାହା 5G ନେଟୱାର୍କ କନେକ୍ଟିଭିଟି ସହ ସାମ୍ନାକୁ ଆସିବ । ଆସନ୍ତା ଦୁଇ ମାସ ମଧ୍ୟରେ ଏହାକୁ ଲଞ୍ଚ କରିବାର ଯୋଜନା ରହିଛି ।