ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ବିରୋଧୀ କମିଟିର ପ୍ରତିନିଧି । ରାଷ୍ଟ୍ରପତି କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଦଶନ୍ଧି ଧରି ଭାରତ ଆତଙ୍କବାଦର ଶିକାର ହୋଇଆସୁଛି । ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ହୋଇଥିବା ବିବୃତି ଅନୁଯାୟୀ ରାଷ୍ଟ୍ରପତି ଆତଙ୍କବାଦୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ, ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଏବଂ ବିଶ୍ୱର ସବୁଠାରୁ ଖୋଲା ଏବଂ ବିବିଧ ସମାଜ ମଧ୍ୟରୁ ଅନ୍ୟତମ । ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ । ସେ କହିଛନ୍ତି, ଆତଙ୍କବାଦୀ ଗୋଷ୍ଠୀମାନେ ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଭଳି ପ୍ଲାଟଫର୍ମକୁ ଟୁଲ୍କିଲ ଭଳି ବ୍ୟବହାର କରି ସମାଜରେ ସେମାନଙ୍କ ଚିନ୍ତାଧାରାର ପ୍ରଚାର ପ୍ରସାର କରୁଛନ୍ତି । ସମାଜରେ ଅସ୍ଥିରତା ସୃଷ୍ଟି ପାଇଁ ସେମାନେ ଏହା ଜରିଆରେ ସୁବିଧା ପାଉଛନ୍ତି ।