ଜୟା ବଚ୍ଚନଙ୍କ ମନ୍ତବ୍ୟ ପୁଣି ଚର୍ଚ୍ଚାରେ
ପୁଣି ଚର୍ଚ୍ଚାରେ ଜୟା ବଚ୍ଚନଙ୍କ ମନ୍ତବ୍ୟ । ଏବେ ସେ ‘ହ୍ୱାଟ୍ ଦି ହେଲ ନବ୍ୟା’ଙ୍କ ଏକ ପୋଡକାଷ୍ଟରେ ଶାରୀରିକ ସମ୍ପର୍କକୁ ନେଇ ଏପରି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୟା ନିଜ ନାତୁଣୀ ନବ୍ୟାଙ୍କ ଶାରୀରିକ ସମ୍ପର୍କ ଉପରେ ଉପଦେଶ ଦେଇ ଏପରି କହିଛନ୍ତି । ଜୟା କହିଛନ୍ତି, ‘ନବ୍ୟା ଯଦି ବିନା ବିବାହରେ ସନ୍ତାନ ଜନ୍ମ ଦିଅନ୍ତି ତେବେ ତାଙ୍କର କୌଣସି ଅସୁବିଧା ନାହିଁ ।ଜୟା ବଚ୍ଚନ ତାଙ୍କ ନାତୁଣୀ ନବ୍ୟାଙ୍କ ସହ ତାଙ୍କ ପୋଡକାଷ୍ଟରେ ‘ହ୍ୱାଟ୍ ଦି ହେଲ୍ ନବ୍ୟା’ ରେ କଥାବାର୍ତ୍ତା କରୁଥିବା ସମୟରେ ସମ୍ପର୍କ ବିଷୟରେ କିଛି ପରାମର୍ଶ ଦେଇଥିଲେ । ଜୟା ବଚ୍ଚନ କହିଥିଲେ ଯେ, କୌଣସି ସମ୍ପର୍କ ଦୀର୍ଘ ଦିନ ଧରି ରହିବା ପାଇଁ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୟା ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସମୟରେ ଏହି ଏକ୍ସପେରିମେଣ୍ଟ୍ କରିପାରି ନ ଥିଲେ । କୌଣସି ସମ୍ପର୍କ କେବଳ ପ୍ରେମ ଏବଂ ଭରଷା ଉପରେ ତିଷ୍ଠି ରହିପାରେ ନାହିଁ, ଏଥିପାଇଁ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ ବୋଲି ଜୟା ବଚ୍ଚନ କହିଛନ୍ତି । ଯଦି ନବ୍ୟା ବିବାହ ବିନା ମା ହୁଅନ୍ତି, ତେବେ ସେଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଜୟା ବଚ୍ଚନ ।