ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ
ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । ନିଜ ରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଇଛା ପ୍ରକାଶ କରିଛନ୍ତି ଏହି ବଲିଉଡ କୁଇନ୍ । ଯଦି ବିଜେପି ଟିକେଟ ଦିଏ ତେବେ ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି ।
ଯଦି ହିମାଚଳ ପ୍ରଦେଶ ସରକାର ତାଙ୍କର ଯୋଗଦାନ ଚାହିଁବେ, ତେବେ ସେ ସବୁ ପ୍ରକାରର ସହଯୋଗ କରିପାରିବେ ବୋଲି ଏହି ଅଭିନେତ୍ରୀ କହିଛନ୍ତି । ଯଦି ହିମାଚଳ ପ୍ରଦେଶର ବାସିନ୍ଦା ତାଙ୍କୁ ଅଂଚଳବାସୀଙ୍କ ସେବା କରିବାକୁ ସୁଯୋଗ ଦେବେ ତେବେ ଏହା ତାଙ୍କ ପାଇଁ ଭାଗ୍ୟଶାଳୀ ହେବ ବୋଲି ସେ କହିଛନ୍ତି । ଜାତୀୟ ପୁରସ୍କାର ବିଜେତା କଙ୍ଗନା ରଣାୱତ ଏକ ଘରୋଇ ଟିଭି ଚ୍ୟାନେଲ ସାକ୍ଷାତକାର ସମୟରେ ଏଭଳି କହିଛନ୍ତିି । ସେହିପରି ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ତାଙ୍କ ଆକାଉଂଟ ସକ୍ରିୟ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ।