ଭାରତ ସରକାର ଆଇଟି ନିୟମରେ ପରିବର୍ତ୍ତନ ଡିଜିଟାଲ ମିଡିଆରେ ସ୍ବଚ୍ଛତା ଆଣିପାରିବ କି?
ଭାରତ ସରକାର ଡିଜିଟାଲ ମିଡିଆ ପାଇଁ ନିୟମ କରିଛନ୍ତି । ଏଣିକି ଡିଜିଟାଲ ମିଡିଆ ସଂଶୋଧିତ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତର ସାର୍ବଭୌମତ୍ୱର ନିୟମ ମାନିବାକୁ ବାଧ୍ୟହେବେ । ମନ ଇଚ୍ଛା , ଫେକ ନିଉଜ କରିଲେ ସେମାନଙ୍କୁ ଏକ କମିଟି ଆଗରେ ଉତ୍ତର ଦେବାକୁ ପଡିବ । ଏହି ନିୟମ ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା । ଡିଜିଟାଲ ମିଡିଆରେ ସ୍ବଚ୍ଛତା ନିହାତି ଆବଶ୍ୟକ ଥିଲା । ତେବେ ସୋସିଆଲ ମିଡିଆ ସହ ଜଡିତ ଅଭିଯୋଗର ସମାଧାନ ପାଇଁ ସରକାର ତିନିମାସ ମଧ୍ୟରେ ଏକ ଆପିଲେଟ ପ୍ୟାନେଲ ଗଠନ କରିବାକୁ ଘୋଷଣା କରିଛନ୍ତି । ଯାହାକୁ ନେଇ ଭିନ୍ନ ଭିନ୍ନ ମହଲରେ ଭିନ୍ନ ଭିନ୍ନ କଥା କୁହାଯାଉଛି । ନୂତନ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମକୁ ୭୨ ଘଣ୍ଟା ମଧ୍ୟରେ ବିବାଦୀୟ ବିଷୟବସ୍ତୁ ହଟାଇବାକୁ ପଡିବ । ୟୁଜର୍ସ ମାନଙ୍କ ପାଇଁ ଅଭିଯୋଗ କରିବା ପାଇଁ ଏକ ଏକ ବ୍ୟବସ୍ଥା ଯୋଗାଇବା ହେଉଛି ଆପିଲେଟ ପ୍ୟାନେଲର ଉଦ୍ଦେଶ୍ୟ ।ଏହି ପ୍ୟାନେଲ ମେଟା ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ କମ୍ପାନୀଗୁଡିକ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମୀକ୍ଷା କରିବାକୁ ସମର୍ଥ ହେବେ ବୋଲି କୁହାଯାଉଥିଲେ ମଧ୍ୟ ଏହା କେତେ ସଫଳ ହେବ ତାହା ସମୟ କହିବ ।