ପାଖେଇ ଆସୁଛି ଗୁଜରାଟ ନିର୍ବାଚନ। କିଛି ଏକଜିଟ ପୋଲ ବିଜେପି ସରକାର ବହୁମତ ହାସଲ କରିବ କହୁଥିବା ବେଳେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ ବୋଲି କହୁଛନ୍ତି । ଏହାରି ଭିତରେ ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଛି । ବିଜେପି ପ୍ରତି ଲୋକଙ୍କ ମୁଡ ଥିବାବେଳେ ଆପ ପକ୍ଷରୁ ମାଗଣା ଯୋଜନା ଉପରେ ପ୍ରଚାର ପ୍ରସାର କରାଯାଉଛି । ଚାରିଆଡେ ଏହାକୁ ନେଇ ପ୍ରସ୍ତୁତି ମଧ୍ୟ ଜୋରସୋର୍ରେ ଚାଲିଛି। ସମସ୍ତ ରାଜନୈତିକ ଦଳ ମଧ୍ୟରେ ନିର୍ବାଚନକୁ ନେଇ ହଲଚଲ ଜାରି ରହିଛି। ସମସ୍ତେ ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି। ଏହାରି ଭିତରେ ଗତଥର ଭଳି ଚଳିତ ଥର ମଧ୍ୟ ଗୁଜରାଟ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ ବୋଲି ଚର୍ଚା ହେଉଛି । ଏଥିସହ ନଭେମ୍ବର ୧ରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟ ବିଧାନସଭାର ୧୮୨ଟି ସିଟ୍ ପାଇଁ ନିର୍ବାଚନ ହେବ। ନିର୍ବାଚନ ତରିଖ ଘୋଷଣା ହେବା ପରେ ଗୁଜରାଟରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ତାହା ପୂର୍ବରୁ ଘନ ଘନ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରିବାରେ ଲାଗିଛନ୍ତି ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ