ବାବା କେଦାରନାଥଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଗସ୍ତରେ ଯାଇ ବାବା କେଦାରନାଥଙ୍କୁ ଦର୍ଶନ କରିଛନ୍ତି । ଏହା ସହ ସେଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଚ୍ଚ ପାହାଡରେ ଶ୍ରଦ୍ଧାଳୁଙ୍କ ସହଜ ଯିବା ଆସିବା ପାଇଁ ରୋପ ଓ୍ବେର ଶିଳାନ୍ୟାସ କରିଛନ୍ତି । ବାବା କେଦାରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ପରେ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଛନ୍ତି ମୋଦୀ ।

ଆଜି ସକାଳୁ ସକାଳୁ ସେଠାରେ ପହଁଚି ଭଗବାନ ଶିବଙ୍କ ରୁଦ୍ରାଭିଷେକ କରିଛନ୍ତି ପ୍ରଧନମନ୍ତ୍ରୀ । ପାଖାପାଖି ୩ ଘଣ୍ଟା କେଦାରନାଥ ଧାମରେ ରହିଥିଲେ ପ୍ରଧାନମନ୍ତ୍ରୀ । କେଦାରନାଥ ରୋପ୍ୱେ ପରିଯୋଜନାର ଶିଳାନ୍ୟାସ ସବୁଠୁ ବଡ଼ କାର୍ଯ୍ୟ ବୋଲି କହିଛନ୍ତି ମୋଦି ।

ଏହା ପରେ ଶଙ୍କରାଚାର୍ଯ୍ୟଙ୍କ ସମାଧିସ୍ଥଳ ପରିଦର୍ଶନ କରିଥିଲେ ମୋଦି । ଏହାପରେ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଯାଇ ପୂଜାର୍ଚ୍ଚନା କରିଥିଲେ ।