ପ୍ରଥମ ଥର ପାଇଁ ହିନ୍ଦି ମିଡିୟମର ଏମବିବିଏସର ପାଠ୍ୟ ପୁସ୍ତକ ଲୋକାର୍ପଣ
ମଧ୍ୟପ୍ରଦେଶରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ । ଏଠାରେ ପ୍ରଥମ ଥର ପାଇଁ ହିନ୍ଦି ମିଡିୟମର ଏମବିବିଏସର ପାଠ୍ୟ ପୁସ୍ତକ ଲୋକାର୍ପଣ ହେବାକୁ ଯାଉଛି । ଗୃହମନ୍ତ୍ରୀ ଅମିତ ଶାହା ଏହି ପୁସ୍ତକର ଲୋକାର୍ପଣ କରିବେ ।ମଧ୍ୟପ୍ରଦେଶରେ ଏବେ ହିନ୍ଦୀ ମାଧ୍ୟମରେ ମଧ୍ୟ ଚିକିତ୍ସା ବିଜ୍ଞାନ ପଢାଯିବ । ସରକାର ଚାହୁଁଛନ୍ତି ଯେ ହିନ୍ଦୀ ମାଧ୍ୟମରେ ଅଧ୍ୟୟନ କରୁଥିବା ଛାତ୍ରମାନେ ମଧ୍ୟ ସେମାନଙ୍କ ଭାଷାରେ ଡାକ୍ତରୀ ଶିକ୍ଷା ପାଇପାରିବେ। ରାଜ୍ୟ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି ଯେ ଶରୀର ବିଜ୍ଞାନ, ଜୈବ ରସାୟନ ବିଜ୍ଞାନ ଏବଂ ଶାରୀରିକ ଗଠନ ଭଳି ବିଷୟ ପାଇଁ ହିନ୍ଦୀ ପୁସ୍ତକ ପ୍ରସ୍ତୁତ କରାଯାଇଛି। ଏମବିବିଏସର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରମାନଙ୍କୁ ହିନ୍ଦୀ ମାଧ୍ୟମର ଏହି ପୁସ୍ତକ ଦିଆଯିବ । ତିନୋଟି ଯାକ ବିଷୟର ପୁସ୍ତକ ସେମାନଙ୍କର ବିଶେଷଜ୍ଞ ଦଳ ଦ୍ୱାରା ପ୍ରସ୍ତୁତ କରାଯାଇଛି ।ଏହି ପୁସ୍ତକଗୁଡ଼ିକର ଦ୍ୱିତୀୟ ଖଣ୍ଡ ଶୀଘ୍ର ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।