ଦୁର୍ବଳ ହେଉନି ଟଙ୍କା, ସବଳ ହେଉଛି ଡଲାର
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଖସୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି, ଦୁର୍ବଳ ହେଉନି ଟଙ୍କା, ସବଳ ହେଉଛି ଡଲାର । ଏପରିକି ଅନ୍ୟ ଦେଶ ତୁଳନାରେ ଭାରତୀୟ ମୁଦ୍ରା ସ୍ଥିତି ନିୟନ୍ତ୍ରଣ ଭିତରେ ରହିଛି ।
ଦୁଇଦିନିଆ ଆମେରିକା ଗସ୍ତରେ ଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଶନିବାର ୱାଶିଂଟନ ଡିସିରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଦେଶର ବିଭିନ୍ନ ସମସ୍ୟା ଉପରେ ମତ ରଖିଛନ୍ତି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ଠାରୁ ଆରମ୍ଭ କରି ଜି-୨୦ ରାଷ୍ଟ୍ରଗୁଡ଼ିକର କର୍ତ୍ତବ୍ୟ ଆଦି ବିଷୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୀତାରମଣ।