ଗୋପାଳ ଇଟାଲୀୟାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବା ଗୋପାଳ ଇଟାଲୀୟାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତ୍ରୀ ସ୍ମୃତି ଇରାନୀ । ଗୁଜରାଟ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି ଗୋପାଳ ଇଟାଲୀୟା ହିରାବେନ ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିବା ମହଙ୍ଗା ପଡ଼ିଛି। ଗୋପାଳ ଇଟାଲୀୟା ମାତୃଶକ୍ତିର ଅପମାନ କରିଥିବାରୁ ଗୁଜରାଟବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ସ୍ମୃତି ଇରାନୀ।

ଏନେଇ ସ୍ମୃତି ଇରାନୀ ଟ୍ୱିଟ କରି କହିଛନ୍ତି, ଅରବିନ୍ଦ କେଜ୍ରିୱାଲଜୀ ଆପଣଙ୍କ ଦଳର ଗୋପାଳ ଇଟାଲୀୟା ବର୍ତ୍ତମାନ ହିରା ବା’ଙ୍କ ବିରୋଧରେ ଅପଶବ୍ଦ  କରୁଛନ୍ତି। ତାଙ୍କ ମୁହଁ ନାଳନର୍ଦ୍ଦମା ପରି  ପ୍ରଦୂଷିତ ହୋଇଯାଇଛି। ଏନେଇ ମୁଁ କୌଣସି ଅସନ୍ତୋଷ ବ୍ୟକ୍ତ କରୁନାହିଁ, ଗୁଜୁରାଟୀ କେତେ କ୍ରୋଧିତ ତାହା ମୁଁ ଦେଖାଇବାକୁ ଚାହେଁ ନାହିଁ, କିନ୍ତୁ ଜାଣ ଯେ ତୁମର ମୂଲ୍ୟାଙ୍କନ କରାଯାଉଛି ଏବଂ ଗୁଜୁରାଟରେ ତୁମ ଦଳ ନିର୍ବାଚନରେ ​​ଧ୍ୱଂସ ହେବ। ବର୍ତ୍ତମାନ ଲୋକମାନେ ନ୍ୟାୟ କରିବେ।