ଅପରାଜିତା ଷଡ଼ଙ୍ଗୀ ଆଇପିୟୁ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ବାଚିତ
ନୂଆଦିଲ୍ଲୀ: ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ମାନଜନକ ଇଂଟର ପାର୍ଲାମେଂଟାରୀ ୟୁନିଅନ(ଆଇପିୟୁ) କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ଜଣାପଡିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ଶୂଆ ଛୁଟିଛି । ବିଜେପିର ନେତା କାର୍ଯ୍ୟକର୍ତ୍ତା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଆଇପିୟୁର ୧୫ଜଣିଆ କାର୍ଯ୍ୟନିର୍ବାହୀ କମିଟିକୁ ଶ୍ରୀମତୀ ଷଡ଼ଙ୍ଗୀ ଭାରତର ପ୍ରତିନିଧିତ୍ୱ କରିବେ । ରାୱାଣ୍ଡାର କିଗାଲିଠାରେ ହୋଇଥିବା ଏହି ନିର୍ବାଚନରେ ଅପରାଜିତାଙ୍କ ସପକ୍ଷରେ ୧୮ରୁ ୧୨ଟି ଭୋଟ୍ ପଡ଼ିଥିଲା । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ନିର୍ବାଚନରେ ବିଜୟୀ ହେବା ନେଇ ଅପରାଜିତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରତିଷ୍ଠିତ ସଂସ୍ଥାର ସଦସ୍ୟ ଭାବେ ଅପରାଜିତା ସଫଳତାର ସହ କାର୍ଯ୍ୟ କରିବେ ବୋଲି ଅପରାଜିତା କହିଛନ୍ତି । ଏହି ସମ୍ମାନଜନକ ପଦବୀ ନିମନ୍ତେ ତାଙ୍କୁ ମନୋନୀତ କରି ପଠାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।