ହିନ୍ଦୀ ଭାଷାରେ ମେଡିକାଲ ପାଠ ପଢିବେ ଛାତ୍ରଛାତ୍ରୀ

ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଇଂରାଜୀ ନୁହେଁ ବରଂ ରାଷ୍ଟ୍ରଭାଷା ଅର୍ଥାତ ହିନ୍ଦୀରେ ହେବ ମେଡିକାଲ ପାଠପଢା । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀ ମାନଙ୍କୁ ଇଂରାଜୀରେ ପାଠ ପଢିବା ପାଇଁ ଅସୁବିଧା ହେବା ସହ ଇଂରାଜୀରେ ପାଠ ପଢିବାରୁ ଆମ ମାତୃଭାଷା କୁ ଆମେ ଭୁଲିଯାଉଛେ । ଯେଉଁଥିପାଇଁ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ହିନ୍ଦିରେ ପାଠ ପଢିବେ ।ତେବେ ଇଂରାଜୀ ଜାଣିନଥିବା ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏହା ହେଉଛି ଏକ ଅଭିଯାନ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଗକୁ ଆନାଟୋମି, ବାୟୋକେମିଷ୍ଟ୍ରି ଏବଂ ଫିଜିଓଲୋଜି ଉପରେ ହିନ୍ଦୀରେ ଡାକ୍ତରୀ ପୁସ୍ତକ ପ୍ରକାଶ କରାଯିବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ହେଉଛି ସମସ୍ତେ ମାତୃଭାଷାକୁ ମନେ ରଖିବା ଏବଂ ତାକୁ ସମ୍ମାନ ଦେବା ଉଚିତ୍ । ଏଥିସହିତ ଯେଉଁ ଛାତ୍ରଛାତ୍ରୀମାନେ ଭାବୁଛନ୍ତି ମେଡିକାଲ କିମ୍ବା ଇଂଜିନିୟରିଙ୍ଗ ପାଠ ଇଂରାଜୀରେ ଶିଖିବା ଉଚିତ ତାହା ସେମାନଙ୍କ ଭାବନାକୁ ମଧ୍ୟ ପରିବର୍ତ୍ତନ କରିବ ।