ବଡ଼ ରାଲି କରିବ ବିଜେପି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ବେଳେ ଯେଉଁ ୧୪୪ ଲୋକସଭା ଆସନରେ ବିଜେପି ଦଳ ହାରିଥିଲା ସେହି ସବୁ ଆସନକୁ କିପରି ମଜବୁତ କରିହେବ ସେ ନେଇ ବଡ଼ ରାଲି ଆୟୋଜନ କରିବାକୁ ବିଜେପି ବରିଷ୍ଠ ନେତାମାନେ ନିଷ୍ପତ୍ତି ନେଇଛନ୍ତି ।ଏହି ଆସନ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରାଏବରେଲୀ ଲୋକସଭା ଆସନ, ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବଡ ବଡ ନେତାଙ୍କ ଲୋକସଭା ଆସନ ରହିଛି । ଖୋଦ୍ ବିଜେପିର ଚାଣକ୍ୟ ଅମିତ ଶାହ ଏବଂ ଦଳର ସଭାପତି ଜେପି ନଡ୍ଡା ଏହି ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୦ଟିରେ ରାଲି କରିବାର ସମ୍ଭାବନା ରହିଥିବା ବେଳେ ଅବଶିଷ୍ଟ ୧୦୪ଟି ଆସନରେ ବିଜେପି ର ବରିଷ୍ଠ ନେତାମାନେ ରାଲି ରୋଡ ସୋ କରି ଲୋକଙ୍କ ନିକଟତର ହେବାକୁ ଯୋଜନା କରିଛନ୍ତି ।