ଶିବସେନାର ‘ଧନୁ ଓ ତୀର’ ଚିହ୍ନ
ମହାରାଷ୍ଟ୍ର ରାଜନୈତିକ ହଟଚମଟ ଏବଂ କ୍ଷମତା ନିକଟ ଅତୀତରେ ଘଟିଥିବା ପରିବର୍ତ୍ତନ ପରଠୁ, ଶିବସେନା କାହାର ତାକୁ ନେଇ ଉଭୟ ଉଦ୍ଧବ ଠାକ୍ରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି।ଫ୍ରିଜ୍ ହେଲା ଶିବସେନାର ‘ଧନୁ ଓ ତୀର’ ଚିହ୍ନ। ଅର୍ଥାତ୍ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’କୁ ଶିବସେନାର କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେନି।
ଏଥିସହ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’କୁ ନେଇ ବି ଟଣାଓଟରା ଲାଗିଛି। ଏଭଳି ସ୍ଥିତିରେ ଉଭୟ ଗୋଷ୍ଠୀକୁ ନିର୍ବାଚନ କମିଶନ ଝଟ୍କା ଦେଇଛନ୍ତି। ଆଗକୁ ଆସୁଥିବା ଅନ୍ଧେରୀ ଇଷ୍ଟ୍ ଉପନିର୍ବାଚନ ପାଇଁ ଶିବସେନା ନାମକୁ କିମ୍ବା ‘ଧନୁ ଓ ତୀର’ ଚିହ୍ନକୁ ବ୍ୟବହାର କରାଯାଇପାରିବ ନାହିଁ।