ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ

ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରରେ ପହଞ୍ଚିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । ଅଶୋଧିତ ତେଲର ଦର ଓ ଡଲାର ସୂଚକାଙ୍କ ମଜବୁତ ଥିବାରୁ ଗୁରବାର ଗୋଟିଏ ଡଲାରର ମୂଲ୍ୟ ଥିଲା ୮୨ ଟଙ୍କା ୨୭ ପଇସାକୁ ଛୁଇଁଥିଲା । ସେହିପରି ମଙ୍ଗଳବାର ଡଲାରର ମୂଲ୍ୟ ଥିଲା ୮୧ ଟଙ୍କା ୯୪ ପଇସା । ଏଥିରୁ ସ୍ପଷ୍ଟ ହେଉଛି ଡଲାର ତୁଳନାରେ ଦିନକୁ ଦିନ ଭାରତୀୟ ମୁଦ୍ରା ଦୁର୍ବଳ ହେବାରେ ଲାଗିଛି ।ଆଉ ଶୁକ୍ରବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନସ୍ତରକୁ ଛୁଇଁଛି । ଭାରତ ଜରୁରୀ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ମେସିନ ସମେତ ବିପୁଳ ପରିମାଣର ଔଷଧ ଆମଦାନୀ କରିଥାଏ । ଅଧିକାଂଶ ମୋବାଇଲ ଓ ଗେଜେଟ ଆମଦାନୀ ଚୀନ ଓ ପୂର୍ବ ଏସିଆରୁ ଆମଦାନୀ ହୋଇଥାଏ । ଏଥିପାଇଁ ଡଲାର ପୈଠ କରିବାକୁ ପଡିଥାଏ ।