ପାକିସ୍ତାନୀ ପତାକାଠାରୁ ଉଚ୍ଚ ତ୍ରିରଙ୍ଗା ଉତ୍ତୋଳନ କରିବ ଭାରତ

ଅଟ୍ଟାରି ସୀମାନ୍ତରେ ଦେଶର ସର୍ବୋଚ୍ଚ ତ୍ରିରଙ୍ଗ ପତାକା (୪୧୮ ଫୁଟ୍‌) ଉତ୍ତୋଳନ କରିବା ଲାଗି ‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ପ୍ରସ୍ତୁତି କରୁଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର ଜଣେ ଅଧିକାରୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଅନୁମୋଦନ ପାଇବା ପରେ ‘ନ୍ୟାସ୍‌ନାଲ୍‌ ହାଇୱେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ଉକ୍ତ ପ୍ରକଳ୍ପ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଶେଷ କରି ଜଣେ କଣ୍ଟ୍ରାକ୍ଟର୍‌ ପାଇଛନ୍ତି।ସମ୍ପ୍ରତି ଅଟ୍ଟାରି ସୀମାନ୍ତରେ ଥିବା ୩.୫ କୋଟି ଟଙ୍କା ମୂଲ୍ୟର ୩୬୦ ଫୁଟ୍‌ ଉଚ୍ଚ ଜାତୀୟ ପତାକାଟି ୨୦୧୭ ମାର୍ଚରେ ଉତ୍ତୋଳନ କରାଯାଇଥିଲା। ବାଦ ପକାଇ ପାକିସ୍ତାନ ସେହି ବର୍ଷ ଅଗଷ୍ଟ ମାସରେ ୱାଗା ଚେକ୍‌ ପ‌ୋଷ୍ଟ୍‌ ସମ୍ମୁଖକୁ ଲାଗିଥିବା ଅଞ୍ଚଳରେ ୪୦୦ ଫୁଟ୍‌ ଉଚ୍ଚର ପାକିସ୍ତାନୀ ଜାତୀୟ ପତାକା ଉତ୍ତୋଳନ କରିଥିଲା। କିନ୍ତୁ, ପାକିସ୍ତାନୀ ପତାକା ତୁଳନାରେ ଏଥରର ନୂଆ ତ୍ରିରଙ୍ଗାଟି ୧୮ ଫୁଟ୍‌ ଲମ୍ବ ହେବ।