ପିଲାଙ୍କ ମୃତ୍ୟୁ ପଛରେ ଭାରତୀୟ କଫ୍ ସିରପ୍
ବିଶ୍ବ ସ୍ବାସ୍ଥ୍ୟ ସଗଂଠନ ‘ଡବ୍ଲୁଏଚ୍ଓ’ ଭାରତର ହରିଆନାଭିତ୍ତିକ ଫାର୍ମା କମ୍ପାନୀ ମେଡେନ ଫାର୍ମାସ୍ୟୁଟିକାଲ୍ସ ଦ୍ବାରା ପ୍ରସ୍ତୁତ ୪ କଫ୍ ସିରପ୍ ଉପରେ ବୁଧବାର ସତର୍କ ସୂଚନା ଜାରି କରିଛି । ଏହି କଫ୍ ସିରପ୍ ନେଇ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବାରୁ ଏହାର ଯାଞ୍ଚ ଜରୁରୀ ବୋଲି ଡବ୍ଲୁଏଚଓ କହିଛି। ତେବେ ଡବ୍ଲୁଏଚଓର ଏଭଳି ସତର୍କତା ପରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ବିଶ୍ବ ସ୍ବାସ୍ଥ୍ୟ ସଗଂଠନ କହିଛି ଯେ, ଏହି କମ୍ପାନୀ ଦ୍ବାରା ଉକ୍ତ ଔଷଧ ଆଫ୍ରିକାର ଗାମ୍ବିଆକୁ ରପ୍ତାନୀ କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଯିବା ଆବଶ୍ୟକତା ରହିଛି। ଯଦି ଏହା ବିଶ୍ବର ଅନ୍ୟ ଦେଶକୁ ରପ୍ତାନୀ ହୁଏ ତେବେ ସ୍ଥିତି ସାଂଘାତିକ ହୋଇପାରେ।ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ‘ଡବ୍ଲୁଏଚ୍ଓ’ ମୁଖ୍ୟ ଟେଡ୍ରୋସ୍ ଆଧୋନୋମ୍ କହିଛନ୍ତି ଯେ, ଏହି ଚାରୋଟି କଫ୍ ସିରପ୍ ହେଉଛି, ପ୍ରୋମେଥାଜାଇନ୍ ଓରାଲ୍ ସଲ୍ୟୁସନ୍, କୋଫେକ୍ସମାଲିନ୍ ବେବି କଫ୍ ସିରପ୍, ମାକଫ୍ ବେବି କଫ୍ ସିରପ୍ ଏବଂ ମାଗ୍ରିପ୍ ଏନ କୋଲ୍ଡ ସିରପ୍ | ଏହି ଚାରୋଟି କଫ୍ ସିରପ୍ର କିଡନ୍କୁ ଖରାପ କରିବା ସାମର୍ଥ୍ୟ ରହିଛି।