ରାହୁଲ୍ ଗାନ୍ଧୀ ରାଜନୀତି ନିମନ୍ତେ ଯୋଗ୍ୟ ନୁହନ୍ତି
ରାହୁଲ୍ ଗାନ୍ଧୀ ରାଜନୀତି ନିମନ୍ତେ ଯୋଗ୍ୟ ନୁହନ୍ତି ଏବଂ ତାଙ୍କର ସୁବ୍ୟବସ୍ଥିତ ନିଷ୍ଠା ନାହିଁ ବୋଲି ‘ପଡ୍କାଷ୍ଟ୍ ୱିଥ୍ ସ୍ମିତା ପ୍ରକାଶ’ର ଦ୍ବିତୀୟ ଅଧ୍ୟାୟରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ସହିତ ସାକ୍ଷାତ୍କାର ବେଳେ ଆସାମର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ନେତା ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।
ତାଙ୍କ ମତରେ ନିଷ୍ଠାର ସହ ଆରମ୍ଭ ନ ହୋଇଥିବା ଯେକୌଣସି କାର୍ଯ୍ୟ ପରବର୍ତ୍ତୀ ସମୟରେ ଅହଙ୍କାରର କାରଣ ହୋଇଥାଏ। ସେ କହିଛନ୍ତି, ଏବେ ସେ ଆପଣଙ୍କ ସହିତ ଆଳାପ କରୁଥିବେ, ଆଉ ଟିକେ ପରେ ସେ ବାହାରକୁ ଚାଲିଯିବେ। ଆପଣ ତାଙ୍କୁ ଅପେକ୍ଷା କରି ବସିଥିବା ବେଳେ ସେ ବାହାରେ ଥଟ୍ଟାମଜା କରୁଥିବେ। ଅଧ ଘଣ୍ଟା ପରେ ପୁଣି ସେ ଆସି ଆପଣଙ୍କ ନିକଟରେ ହାଜର ହେବେ।