ଆଜି ବିଶ୍ୱ ହୃତ୍‌ପିଣ୍ଡ ଦିବସ

ବିଶ୍ୱ ହୃତ୍‌ପିଣ୍ଡ ଦିବସ ଏକ ଅନ୍ତର୍ଜାତୀୟ ଅଭିଯାନ, ଯାହା ବିଶ୍ୱ ହୃତ୍‌ପିଣ୍ଡ ସଂଗଠନ ଦ୍ୱାରା ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ଅନୁଷ୍ଠିତ ହୁଏ । ମୃତ୍ୟୁର ସବୁଠୁ ବଡ଼ କାରଣ ହୃଦ୍‌ରୋଗ ବିଷୟରେ ଜନ ସଚେତନତା ସୃଷ୍ଟି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ଘାତକ ରୋଗ ହ୍ରାସ ନିମିତ୍ତ ପ୍ରତିରୋଧ ଉପାୟଗୁଡ଼ିକୁ ଏହି ଦିନ ପ୍ରୋତ୍ସାହନ ଦିଆଯାଏ । ଏ ଅବସରରେ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ଦୌଡ଼, ସମ୍ମିଳନୀ, କ୍ରୀଡ଼ା ଆଦି ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ବିଶ୍ୱ ହୃତ୍‌ପିଣ୍ଡ ଦିବସ ପାଳନ କରିଥାନ୍ତି ।

ବିଶ୍ୱ ହୃତ୍‌ପିଣ୍ଡ ମହାସଂଘ ଏ ଅବସରରେ ବିଶ୍ୱର ଶହେରୁ ଉଦ୍ଧ୍ୱର୍ ଦେଶରେ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରେ । ତନ୍ମଧ୍ୟରେ ସ୍ୱାସ୍ଥ୍ୟ ଯାଞ୍ଚ, ବିଭିନ୍ନ କ୍ରୀଡ଼ା କାର୍ଯ୍ୟକଳାପ, ଲୋକଙ୍କ ସହ ବାର୍ତ୍ତାଳାପ ଓ ବିଜ୍ଞାନ ଫୋରମ୍‌, ମଞ୍ଚ କାର୍ଯ୍ୟକ୍ରମ ଆଦି ଅନ୍ୟତମ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ପ୍ରତ୍ୟେକ ହୃଦୟ ପାଇଁ ହୃତ୍‌ପିଣ୍ଡକୁ ବ୍ୟବହାର କର’ ।