ମୋ ବସ୍‌ ସମ୍ପ୍ରସାରଣ ହେବ

କଟକରୁ ମଞ୍ଚେଶ୍ୱର-ଧବଳେଶ୍ୱର ରୁଟ୍‌ରେ ଯାଉଥିବା ବସ୍‌ ଏଣିକି ଘଣ୍ଟିଖାଲ ଷ୍ଟେସନ ଯାଏ ଯିବ । ମଞ୍ଚେଶ୍ୱରରୁ ନାରଙ୍ଗବସ୍ତ, କଖଡ଼ି ହୋଇ ଘଣ୍ଟିଖାଲ ଷ୍ଟେସନକୁ ବସ୍‌ ଯିବ ଓ ପୁଣି ଓ ଏହି ରୁଟ୍‌ରେ ଫେରିଯିବ । ପୁଣି କଟକରୁ ଆଗ୍ରାହାଟ ଯାଉଥବା ବସ୍‌ ଶଙ୍କରପୁର ଦେଇ ମଙ୍ଗରାଜପୁର ରାଜବାଟି ଓ କୋଚିଲା ନୂଆଗାଁ ଯାଏ ଚାଲିବ । ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

ଲୋକସେବା ଭବନରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ମୋ ବସ୍‌ ସେବାର ସଂପ୍ରସାରଣ ନେଇ ଏକ ବୈଠକ ବସିଥିଲା । ଏଥିରେ କ୍ୟାପିଟାଲ ରିଜିଅନ୍‌ ଅରବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ବି ଉପସ୍ଥିତ ଥିଲେ । ବୈଠକରେ ମଞ୍ଚେଶ୍ୱର-ଧବଳେଶ୍ୱର ହୋଇ ଯାଉଥିବା ବସ୍‌କୁ ଘଣ୍ଟିଖାଲ ଯାଏ ନେବାକୁ ଆଲୋଚନା ହୋଇଥିଲା । ସେହିଭଳି ଗୁରୁଡିଝାଟିଆ ଓ ଗୋବରା ପଞ୍ଚାୟତ ଯାଏ ମୋ ବସ୍‌ ସେବା ଚଳାଇବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା ।