୫ ବର୍ଷ ପାଇଁ ବ୍ୟାନ୍ ହେଲା ପିଏଫଆଇ
ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ)ଉପରେ ଲାଗିଲା ପ୍ରତିବନ୍ଧକ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପ୍ରତିବନ୍ଧକ ଲଗାଯାଇଛି । ପିଏଫଆଇକୁ ପ୍ରତିବନ୍ଧକ କରିବାର ଦାବି କେତେକ ରାଜ୍ୟ ପକ୍ଷରୁ କରାଯାଇଥିଲା । ନିକଟରେ ଏନଆଇଏ ଏବଂ ବିଭିନ୍ନ ରାଜ୍ୟର ପୋଲିସ ଏବଂ ଏଜେନ୍ସି ପିଏଫଆଇର ଆଡ୍ଡା ଉପରେ ଚଢଉ କରି ଶତାଧିକଙ୍କୁ ଗିରଫ କରିଥିଲା । ଗୃହ ମନ୍ତ୍ରାଳୟ ପକ୍ଷରୁ ପିଏଫଆଇକୁ ୫ବର୍ଷ ଲାଗି ପ୍ରତିବନ୍ଧିତ ସଂଗଠନ ଭାବେ ଘୋଷଣା କରାଯାଇଛି । ପିଏଫଆଇ ବ୍ୟତୀତ ୯ ସହଯୋଗୀ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସେପ୍ଟେମ୍ବର ୨୨ ଏବଂ ୨୭ରେ ଏନଆଇଏ, ଇଡି ଏବଂ ବିଭିନ୍ନ ରାଜ୍ୟର ପୁଲିସ ପିଏଫଆଇ ଉପରେ ଚଢାଉ କରିଥିଲା । ପ୍ରଥମ ରାଉଣ୍ଡର ଚଢାଉରେ ୧୦୬ପିଏଫଆଇ ସହ ଯୋଡ଼ି ହୋଇଥିବା ବ୍ୟକ୍ତି ଗିରଫ ହୋଇଥିଲେ । ଦ୍ବିତୀୟ ରାଉଣ୍ଡର ଚଢାଉରେ ୨୪୭ ପିଏଫଆଇ ସହ ଯୋଡ଼ି ହୋଇଥିବା ଲୋକଙ୍କୁ ଗିରଫ କରାଯାଇଥିଲା । ଯାଞ୍ଚ ଏଜେନ୍ସିକୁ ପିଏଫଆଇ ବିପକ୍ଷରେ ବିପୁଳ ପରିମାଣରେ ପ୍ରମାଣ ମିଳିଛି । ଏହାପରେ ଯାଞ୍ଚ ଏଜେନ୍ସି ଗୃହ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ଦାବି କରିଥିଲେ । ଯାଞ୍ଚ ଏଜେନ୍ସିର ସୁପାରିଶ ପରେ ଗୃହମନ୍ତ୍ରାଳୟ ପକ୍ଷରୁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନିଆଯାଇଛି ।