ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ ଜଣାଇଲା ରୁଷ
ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ ଜଣାଇଲା ରୁଷ । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ସମର୍ଥନ କରିଛି ରୁଷ୍ । ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବ୍ରୋଭ କହିଛନ୍ତି ଯେ, “ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ଦେଶଗୁଡିକର ପ୍ରତିନିଧିତ୍ୱ ମାଧ୍ୟମରେ ସୁରକ୍ଷା ପରିଷଦକୁ ଅଧିକ ଲୋକତାନ୍ତ୍ରିକ କରିବାର ସମ୍ଭାବନା ଆମେ ଦେଖୁଛୁ । ବିଶେଷ କରି ଭାରତ ଏବଂ ବ୍ରାଜିଲକୁ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବରେ ଏକ ସ୍ଥାନ ମିଳିବା ଉଚିତ୍ ବୋଲି ସେ କହିଛନ୍ତି । ଏହାପୂର୍ବରୁ ଅନ୍ୟ ୩୧ ଦେଶ ସହିତ ଏକ ମିଳିତ ବିବୃତ୍ତିରେ ଭାରତ କହିଥିଲା ଯେ ସୁରକ୍ଷା ପରିଷଦକୁ ଉଭୟ ସ୍ଥାୟୀ ଏବଂ ଅଣ-ସ୍ଥାୟୀ ବର୍ଗରେ ବିସ୍ତାର କରାଯିବା ଉଚିତ । ଏହା ସହିତ ଏହାର କାର୍ଯ୍ୟର ପ୍ରଣାଳୀରେ ଉନ୍ନତି ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା ।
ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତକୁ ସମର୍ଥନ କରିଥିଲେ । ଏହି ସମୟରେ ସେ ଜାପାନ ଏବଂ ଜର୍ମାନୀକୁ ସ୍ଥାୟୀ ସଦସ୍ୟ କରିବା ବିଷୟରେ ମଧ୍ୟ କହିଥିଲେ । ମିଳିତ ଜାତିସଂଘର ସାଧାରଣ ସଭାର ଅଧିବେଶନକୁ ସମ୍ବୋଧିତ କରିବାବେଳେ ସେ ସୁରକ୍ଷା ପରିଷଦର ସଂସ୍କାରର ଆବଶ୍ୟକତା ମଧ୍ୟ ଦୋହରାଇଛନ୍ତି । ସୁରକ୍ଷା ପରିଷଦକୁ ଅଧିକ ଅନ୍ତର୍ଭୂକ୍ତ କରାଯିବାକୁ ବାଇଡେନ ପରାମର୍ଶ ଦେଇଛନ୍ତି । ଏପରି ହେଲେ ଆବଶ୍ୟକତାକୁ ଭଲ ଭାବରେ ପୂରଣ କରିପାରିବ ବୋଲି ସେ କହିଛନ୍ତି ।