ଆତଙ୍କବାଦୀ ନିଯୁକ୍ତ କରୁଥିଲା ପିଏଫଆଇ ?

ନୂଆଦିଲ୍ଲୀ: ଆତଙ୍କବାଦୀ ନିଯୁକ୍ତ କରୁଥିଲା ପିଏଫଆଇ । ଏଭଳି କହିଛି ଏନଆଇଏ । ପ୍ରମାଣ ମିଳିବା ପରେ ପିଏଫଆଇ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁ ରାଜ୍ୟରେ ଇସଲାମିକ୍‌ ସଙ୍ଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫଆଇ) ଭାରତୀୟ ମୁସଲମାନ ଯୁବକମାନଙ୍କୁ  ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରୁଥିଲା। ସେଠାରେ ଏନଆଇଏ ଚଢ଼ାଉ କରିଛି । ଏଥିରେ ଶତାଧିକ କର୍ମୀଙ୍କୁ ଗିରଫ କରିଛି ଏନଆଇଏ ।   ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ ପିଏଫଆଇ ଦେଶ ବିରୋଧୀ କାମ କରୁଥିଲା। ମୁଖ୍ୟତଃ ମୁସଲମାନ ଯୁବକମାନଙ୍କୁ ଆତଙ୍କ ବାଦ ପ୍ରଶିକ୍ଷଣରେ ଲାଗାଉ ଥିଲା ପିଏଫଆଇ। ଏମିତି କିଛି  ଚାଞ୍ଚଲ୍ୟକର  ରିରପୋର୍ଟ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଦିଆଯାଛି।  ଏହା ପରେ ପିଏଫଆଇ ସଙ୍ଗଠନ ବିରୋଧରେ ସର୍ଚ୍ଚ ଅପରେଶନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।  ପିଏଫଆଇ ନେତାମାନେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବେଆଇନ ପାଣ୍ଠି ସଂଗ୍ରହ କରୁଥିବା କେନ୍ଦ୍ର ଗୃହମନ୍ତ୍ରଣଳାୟ ପାଖରେ ପକ୍କା ଖବର ପହଞ୍ଚିଥିଲା।