ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନାହାଁନ୍ତି ଗେହଲୋଟ

ଜୟପୁର: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗେହଲୋଟ ଏବେ ନାମାଙ୍କନ ପତ୍ର ଦାଖଲ କରିବାକୁ ଚାହୁଁଛନ୍ତି । ଏହାରି ଭିତରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ ବୋଲି ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି । ତେବେ ଗେହଲୋଟ ଉପମୁଖ୍ୟମନ୍ତ୍ରୀ ଥିବା ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବେନାହିଁ ବୋଲି ଚର୍ଚା ଜୋର ଧରିଛି ।

ଗେହଲୋଟ ତାଙ୍କର ଜଣେ ବିଶ୍ବସ୍ତ ଲୋକଙ୍କୁ ଏହି ଆସନରେ ବସାଇବାକୁ ଚାହୁଁଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଲଢ଼ିବେ । ଗେହଲଟ ଆଶା ରଖିଥିଲେ ଅଧ୍ୟକ୍ଷ ପଦ ସହିତ ମୁଖ୍ୟମନ୍ତ୍ରୀ ପଦବି ମଧ୍ୟ ରଖିବେ । କିନ୍ତୁ ତାଙ୍କର ଏହି ଆଶାକୁ ଶକ୍ତ ଝଟ୍‌କା ଲାଗିଛି ।

ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି ସିପି ଯୋଶୀ ରାଜସ୍ତାନ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତେବେ ଆସନ୍ତାକାଲି ଠାରୁ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।