ଦେଶବ୍ୟାପୀ ଏନଆଇଏ ଓ ଇଡିର ଚଢାଉ

ଦେଶବ୍ୟାପୀ ଏନଆଇଏ ଓ ଇଡିର ଚଢାଉ । ପିଏଫଆଇ ବା ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ ଓ ଏହାସହ ଲିଙ୍କ ଅଭିଯୋଗରେ ବିଭିନ୍ନ ରାଜ୍ୟରେ ଚଢାଉ କରି ସଦସ୍ୟଙ୍କୁ ଗିରଫ କରାଯାଇଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଓ ଗୁପ୍ତ ତାଲିମ ଦେଉଥିବା ଅଭିଯୋଗରେ ଏହି ଚଢାଉ ଜାରି ରହିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୧୦୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଟେରର ଫଣ୍ଡିଂ ଓ କ୍ୟାମ୍ପ ଚଳାଇବା ଅଭିଯୋଗରେ ଏନଆଇଏ, ଇଡି ଓ ରାଜ୍ୟ ପୋଲିସର ମିଳିତ ଚଢାଉ ଜାରି ରହିଛି ।୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଚଢାଉ କରି ପିଏଫଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଦିଲ୍ଲୀ ଅଧ୍ୟକ୍ଷଙ୍କ ସମେତ ୧୦୬ଜଣଙ୍କୁ ଭିନ୍ନ ଭିନ୍ନ ମାମଲାରେ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଏନଆଇଏ ଦିଲ୍ଲୀ ମୁଖ୍ୟାଳୟକୁ ଅଣାଯାଇପାରେ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପିଏଫଆଇ ଉପରେ ଏନଆଇଏ ଓ ଇଡିର ସବୁଠୁ ବଡ ରେଡ ବୋଲି କୁହାଯାଉଛି । ପିଏଫଆଇର ଜାତୀୟ ଓ ସ୍ଥାନୀୟ ସଦସ୍ୟଙ୍କ ଘରେ ଜୋରଦାର ରେଡ କରୁଛି ଏନଆଇଏ ଓ ଇଡି । ଗିରଫଦାରୀକୁ ବିରୋଧ କରି କର୍ଣ୍ଣାଟକ ଓ କେରଳରେ ରାସ୍ତାକୁ ଓହ୍ଲାଇଲେ ସଂଗଠନ ।