ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ । ନିକଟରେ ଗୁଜରାଟରେ ଅଟୋରେ ବସିବାକୁ ନେଇ ଏହି ଅଭିଯୋଗ ଦେଶର ୩୦ ଜଣ ପୂର୍ବତନ ଆଇପିଏସ୍ ଅଧିକାରୀଙ୍କ ତରଫରୁ କରାଯାଇଛି । ଏହି ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି କି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗୁଜୁରାଟ ଗସ୍ତ ସମୟରେ ଦେଶର ପୋଲିସର ମନୋବଳକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୋଲିସ୍ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।

କେଜ୍ରିୱାଲଙ୍କ ଗୁଜୁରାଟ ଗସ୍ତ ସମୟରେ ଯେଉଁଠାରେ ଅଟୋରେ ଅଟୋ ଡ୍ରାଇଭରଙ୍କ ପାଖରେ ବସି ଖାଦ୍ୟ ଖାଇବାକୁ ଯାଉଥିବାବେଳେ ପୋଲିସ କର୍ମଚାରୀମାନେ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଟକାଇଥିଲେ । ଏହି ସମୟରେ କେଜ୍ରିୱାଲଙ୍କ ସହ ପୋଲିସ କର୍ମଚାରୀଙ୍କ ତୀବ୍ର ଯୁକ୍ତିତର୍କ ହୋଇଥିଲା । ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।