୭୨ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମ ଦିନ । ଜନ୍ମଦିନ ଅବସରରେ ମୋଦିଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ମିଳିଛି ।
ଗୁଜୁରାଟରେ ୨୦ ବର୍ଷର ଶାସନ କ୍ଷମତା ରହିଥିଲେ । । ୨୬ ମେ, ୨୦୧୪ ଦେଶ ପାଇଥିଲା ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀଙ୍କୁ । ୨୦୧୯ରେ ପୁଣିଥରେ ଅଧିକ ଲୋକପ୍ରିୟତା ସହ କ୍ଷମତାକୁ ଆସିଥିଲେ ପିଏମ ମୋଦୀ। ଦେଶରେ ମୋଦିଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ଏପରିକି ବିରେଧୀମାନେ ମଧ୍ୟ ଅନେକ ଥର ତାଙ୍କୁ ପ୍ରଶଂସା କରିଛନ୍ତି । ବିଶ୍ବରେ ତାଙ୍କ ନେତୃତ୍ବରେ ଭାରତକୁ ସମ୍ମାନ ମିଳିଛି । ତେବେ ଦରଦାମ ବୃଦ୍ଧିକୁ ନେଇ ଅନେକ ସମୟରେ ଅପଦସ୍ତ ହୋଇଛନ୍ତି ମୋଦି । ସବୁରି ଭିତରେ ଦେଶରେ ମୋଦି ହେଉଛନ୍ତି ଏବେ ପ୍ରିୟ ନେତା । ତାଙ୍କ ଜନ୍ମଦିନରେ କଂଗ୍ରେସଠାରୁ ଆରମ୍ଭ କରି ବରିଷ୍ଠ ନେତାମାନେ ଶୁଭେଚ୍ଛା ଜଣାଇଛନ୍ତି ।