ଲଖିମ୍‌ପୁର ଖେରି ହତ୍ୟା ଘଟଣାରେ ଆଜି ପୁଲିସ ୬ଜଣଙ୍କୁ ଗିରଫ କରିଛି

ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରିରେ ଦୁଇ ଦଳିତ ଭଉଣୀଙ୍କ ସହ ଦୁଷ୍କର୍ମ କରିବା ଓ ସେମାନଙ୍କୁ ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ୬ଜଣଙ୍କୁ ଗିରଫ କରିଛି।ପୁଲିସ କହିବା ଅନୁସାରେ, ୪ ଜଣ ସହଯୋଗୀଙ୍କ ସହାୟତାରେ ଦୁଷ୍କର୍ମ ଓ ହତ୍ୟା କାଣ୍ଡ କରିଥିବା ୨ଜଣ ଅଭିଯୁକ୍ତଙ୍କୁ ବିବାହ କରିବା ଲାଗି ୨ ଭଉଣୀଙ୍କୁ ବାଧ୍ୟ କରାଯାଉଥିଲା।ଗଣମାଧ୍ୟମକୁ ଲଖିମ୍‌ପୁର ଖେରିର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସଞ୍ଜୀବ ସୁମନ କହିଛନ୍ତି, ସମସ୍ତ ଅଭିଯୁକ୍ତ ଓ ପୀଡ଼ିତା ଲାଲ୍‌ ପୁର୍‌ୱା ଗ୍ରାମର। ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ଜଣ ଦୁଷ୍କର୍ମ ଓ ହତ୍ୟାକାଣ୍ଡରେ ଲିପ୍ତ ଥିବା ବ‌େଳେ  ଆଉ ୨ଜଣ ସେମାନଙ୍କୁ ସାହାଯ୍ୟ କରିଥିଲେ।ଅଭିଯୁକ୍ତମାନେ ହେଲେ, ଚେତରାମ୍‌ ଗ‌ୌତମ, ଜୁନୈଦ୍‌, ସୁହୈଲ୍‌, କରୀମୁଦ୍ଦିନ୍‌, ଆରିଫ୍‌ ଏବଂ ହଫୀଜ୍‌-ଉର୍‌-ରେହ୍‌ମନ୍‌। ପୁଲିସ ସହିତ ଗୁଳି ବିନିମୟ କରି ଗିରଫ ହୋଇଥିବା ଜୁନୈଦ୍‌ ଦେହରେ ଗୁଳି ଚୋଟ ଲାଗିଛି।